ଯାତ୍ରୀ ବ୍ୟବସାୟକୁ ନେଇ ପୁଣି ଶ୍ରୀମନ୍ଦିର ନିକଟରେ ଦୁଇ ନକଲି ଯାତ୍ରୀ ଗୁମାସ୍ତାଙ୍କ ମଧ୍ୟରେ ହାତାହାତି,

ପୁଣି ଶ୍ରୀମନ୍ଦିର ବାହାରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ। ଯାତ୍ରୀ ବ୍ୟବସାୟୀକୁ କେନ୍ଦ୍ର କରି ନିଜନିଜ ଭିତରେ ଅଭଦ୍ର ଭାଷା କୁହାକୁହି ହୋଇ ମାରପିଟ୍ ହେଉଛନ୍ତି ଦୁଇଜଣ ନକଲି ଗୁମାସ୍ତା। ପଶ୍ଚିମଦ୍ବାର ସମ୍ମୁଖରେ ଦୁଇଜଣ ନକଲି ଗୁମାସ୍ତା ହାତାହାତି ହେବାର ଭିଜୁଆଲ୍ ରୁ ସ୍ପଷ୍ଟ ହେଉଛି। ତେବେ ଆମେ ବାରମ୍ବାର ଶ୍ରୀମନ୍ଦିର ଵାହାରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବକୁ ନେଇ ଲଗାତାର ଖବର ପ୍ରସାରଣ କରିବା ପରେ 14 ଜଣ ନକଲି ଗୁମାସ୍ତା ଗିରଫ ହୋଇଥିଲେ। ସ୍ୱଳ୍ପ ସମୟରେ ଭଲ ଟଙ୍କା ରୋଜଗାରର ଏକମାତ୍ର ମାଧ୍ୟମ ହେଉଛି ଗୁମାସ୍ତା ଗିରୀ। କିନ୍ତୁ ଏମାନେ ହେଉଛନ୍ତି ନକଲି ଗୁମାସ୍ତା। ଏମାନଙ୍କର କେହି ଯାତ୍ରୀପଣ୍ଡା ନାହାନ୍ତି,,, ତେଣୁ ଟଙ୍କା ଲୁଟ୍ କରିବା ଉଦେଶ୍ୟରେ ଭକ୍ତଙ୍କୁ ସହଜ ଦର୍ଶନ କରାଇବା କହି ଏଭଳି ନକଲି ଗୁମାସ୍ତା ଶ୍ରୀମନ୍ଦିର ଚାରିପଟେ ଏବେ ମାଳମାଳ। ତେବେ ପଶ୍ଚିମଦ୍ବାରରେ ଏଭଳି ଦୁଇଜଣ ନକଲି ଗୁମାସ୍ତା ଯାତ୍ରୀ ବ୍ଯବସାୟକୁ କେନ୍ଦ୍ରକରି ହାତାହାତି ହେବାରୁ ଭକ୍ତଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ପୁରୀ ଏସପି ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *