ମାଲ୍ ବୁହା ଟ୍ରକ ଧକ୍କାରେ ଛାତ୍ର ମୃତ
ପୁରୀ ଜିଲ୍ଲା ଗୋପ ବଜାର ମୁଖ୍ୟରାସ୍ତା ଅବୋରୋଧ କଲେ ବସ୍ତି ବାସିନ୍ଦା।ଗୋପ ବସ୍ତିର ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ରାସ୍ତାରେ ଉପରେ ଟାୟାର ଜଳାଇବା ସହ ରାସ୍ତା ମଝିରେ ମୃତ ଛାତ୍ରଙ୍କ ସବରଖି ରାସ୍ତା ଅବରୋଧ।ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୋପ ବସ୍ତିର ସଂଖ୍ୟାଲଘୁ ସମ୍ପ୍ରଦାୟର ନବମ ଶ୍ରେଣୀର ଛାତ୍ର ଯୁନିଦ୍ ଖାଁ ସ୍କୁଲ ଯାଉଥିବା ସମୟରେ ଗୋପ ଚାରିଛକ ରାସ୍ତା ବସ୍ତି ନିକଟରେ ଆଗପଟୁ ଆସୁଥିବା ଏକ ଦ୍ରୁତଗାମୀ ମାଲ୍ ବୋଝେଇ ଟ୍ରକ ଜୁନିଦ୍ ଖାଁ କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୋପ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଆଜି ଅପରାହ୍ନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ଗୋପରେ ଛାତ୍ରଙ୍କ ମୃତ ଶରୀରର ପହଞ୍ଚିବା ପରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ମଝିରେ ଶବ ରଖି ଦୀର୍ଘ ସମୟ ଧରି ରାସ୍ତା ରୋକ କରିବା ସହିତ ପରିବାର ଲୋକଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ।ଘଟଣା ସ୍ଥଳରେ ଗୋପ ତହସିଲଦାର ଏବଂ ନିମାପଡ଼ା ଏଡିପିଓ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳବାଇଟ –
