ପଢିବା ସସମୟରେ ପୋଖରୀ ପାଣି ରେ ପଶି ଦଳ କାଢିଲେ ଛାତ୍ର.

ପାଠ ଗଲା ଚୁଲିକି. ପଢିବା ସସମୟରେ ପୋଖରୀ ପାଣି ରେ ପଶି ଦଳ କାଢିଲେ ଛାତ୍ର. ପ୍ରଧାନ ଶିକ୍ଷକ ଙ୍କ ନିର୍ଦେଶ ରେ ପୋଖରୀରେ ପଶିଥିଲେ ୪ ଛାତ୍ର. କାହା ନିର୍ଦ୍ଦେଶରେ ଛାତ୍ରଙ୍କୁ ପୋଖରୀରେ ପୁରାଇଲେ ପ୍ରଧାନ ଶିକ୍ଷକ. ଉତ୍କଳମଣି ଗୋପଵନ୍ଧୁ ନୋଡାଲ ଉଚ୍ଚ ଵିଦ୍ୟାଳୟ, ଓଲଣ୍ଡି ରେ ଘଟିଛି ଅଭାବନୀୟ ଘଟଣା.ଗୋପ ତା ଠ୩/୦୨ (ପିଏନଏସ) ପାଠ ଗଲା ଚୁଲିକି. ପଢିବା ସସମୟରେ ଦଳ ଭର୍ତ୍ତି ପୋଖରୀ ପାଣି ରେ ପଶି ଦଳ କାଢିଲେ ଛାତ୍ର. ପ୍ରଧାନ ଶିକ୍ଷକ ଙ୍କ ନିର୍ଦେଶରେ ପୋଖରୀରେ ପଶିଥିଲେ ୪ ଛାତ୍ର. କାହା ନିର୍ଦ୍ଦେଶରେ ଛାତ୍ରଙ୍କୁ ପୋଖରୀରେ ପୁରାଇଲେ ପ୍ରଧାନ ଶିକ୍ଷକ. ପୋଖରୀ ଭିତରେ ଯଦି କୌଣସି ଅଘଟଣ ଘଟିଥାନ୍ତା ସେଥିପାଇଁ ଉତ୍ତରଦାୟୀ ରହିଥାନ୍ତା କିଏ ବୋଲି ପ୍ରଶ୍ନ ଉଠିଛି. ଆଜି ଏପରି ଏକ ଅଭାବନୀୟ ଘଟଣା ଦେଖିଵାକୁ ମିଳିଛି ଗୋପ ଵ୍ଲକ ଅଧିନ ଡଭାର ପଂଚାୟତ ଓଲଣ୍ଡିରେ ଥିବା ଉତ୍କଳମଣି ଗୋପଵନ୍ଧୁ ନୋଡାଲ ଉଚ୍ଚ ଵିଦ୍ୟାଳୟ ରେ . ସୁଚନାମୁତାବକ ପାଠ ପଢା ସମୟରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଉକ୍ତ ଵିଦ୍ୟାଳୟର ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଵିଧାନ ଚନ୍ଦ୍ର ସେଠୀ ବିଦ୍ୟାଳୟ ପଛପଟେ ଥିବା ଏକ ଦଳ ଭର୍ତ୍ତି ପୋଖରୀରେ ଉକ୍ତ ଵିଦ୍ୟାଳୟର ୪ ଜଣ କୁନି କୁନି ଛାତ୍ର ଙ୍କୁ ଵିଦ୍ୟାଳୟ ନିକଟରେ ଥିବା ଏକ ଦଳ ଭର୍ତ୍ତି ପୋଖରୀରେ ପଶି ଦଳ କାଢିବାକୁ ଵାଧ୍ୟ କରିଥିଲେ. ପ୍ରଧାନ ଶିକ୍ଷକଙ୍କ ତାଗିଦ୍ ରେ ୪ ଛାତ୍ର ସାର୍ଟ ଖୋଲି କିଏ ଖାଲି ପ୍ୟାଣ୍ଟ ପିନ୍ଧି ତ କିଏ ଗାମୁଛା ପିନ୍ଧି ପୋଖରୀରେ ପଶି ଦୀର୍ଘ ସମୟ ପର୍ଯ୍ୟନ୍ତ ଦଳ ଵାହାର କରିଥିଲେ. ହେଲେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ପୋଖରୀ ହୁଡାରେ ଛିଡା ହୋଇ ଦେଖୁଥିଲେ. ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି.

ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ଛାତ୍ରଛାତ୍ରୀମାନଙ୍କୁ ଵିଦ୍ୟାଳୟ ମୁହାଁ କରିବାପାଇଁ ସରକାର ମାଡ ଉଠାଇ ଦେଇଛନ୍ତି, ଏପରିକି କୌଣସି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ମାଡ ମାରିଲେ କି କୌଣସି କାର୍ଯ୍ୟ କରାଇଲେ ସରକାରଙ୍କ ପକ୍ଷରୁ ସଂପୣକ୍ତ ଶିକ୍ଷକଙ୍କ ପ୍ରତି ଦୣଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଠି ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିପରି କୁନି କୁନି ପିଲାମାନଙ୍କ ଜୀବନକୁ ବିପଦରେ ପକାଇ ଦଳ ଭର୍ତ୍ତି ପୋଖରୀ ଭିତରେ ପଶି ଦଳ କାଢିବାକୁ ନିର୍ଦ୍ଦେଶ ଦେଲେ. ଆଜି ଯଦି ପୋଖରୀ ଭିତରେ କୌଣସି ଅଘଟଣ ଘଟିଥାନ୍ତା ତାହେଲେ ସେଥିପାଇଁ ଦାୟୀ କିଏ ରହିଥାନ୍ତା. ବିପଦପୂର୍ଣ୍ଣ ଦଳ ପୋଖରୀରେ କାହା ଇଙ୍ଗିତରେ ପ୍ରଧାନ ଶିକ୍ଷକ କୁନି ପିଲାମାନଙ୍କୁ ଭର୍ତ୍ତି କରିଥିଲେ. ଏହାକୁ ନେଇ ପ୍ରଶ୍ନବାଚୀ ସୣଷ୍ଟି ହୋଇଛି. ଏନେଇ ସଂପୣକ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିଵାରେ ସେ ପିଲାଙ୍କୁ ପୋଖରୀରୁ ଦଳ କାଢିବାକୁ ପିଲା ଙ୍କୁ କହିଥିଲେ ଏଵଂ ତାଙ୍କ ନିର୍ଦେଶ ରେ ୪ଜଣ ପିଲା ପୋଖରୀରେ ପଶି ଦଳ କାଢିଥିବା ସ୍ଵୀକାର କରିଥିଲେ. ଏନେଇ ମଣ୍ଡଳ ଶିକ୍ଷାଧିକାରିଣୀ ଅମିତା ସେନାପତି ଙ୍କୁ ପଚାରିଵାରେ ସେ କହିଥିଲେ ମୋ ନିକଟରେ ଏସଂପର୍କରେ ଅଭିଯୋଗ ହୋଇଛି. ତଦନ୍ତ କରାଯାଇ ସଂପୣକ୍ତ ପ୍ରଧାନ ଶିକ୍ଷକ ଙ୍କ ଵିରୋଧରେ ଦୣଢ କାର୍ଯ୍ୟାନୁଷ୍ଠାନ ନିଆଯିବ.

Leave a Reply

Your email address will not be published. Required fields are marked *