ତିନି ଦିନିଆ ଲୋକକଳା ମହୋତ୍ସବ ଉଦଯାପିତ

।କୋଣାର୍କ,୧୬.୦୨- କୋଣାର୍କର ନାଟ୍ୟଦୀପ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପଞ୍ଚମ ଲୋକକଳା ମହୋତ୍ସବ ଶୁକ୍ରବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ବିଶ୍ବାଳ, ଗବେଷକ ସଞ୍ଜୟ ବରାଳ, ଟିମ୍ ଅନୁଷ୍ଠାନ ନିର୍ଦ୍ଦେଶକ ଶତ୍ରୁଘ୍ନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ହଜି ଯାଉଥିବା ଲୋକକଳାକୁ ମହୋତ୍ସବ ମାଧ୍ୟମରେ ପ୍ରଚାର ପ୍ରସାର କରିବା ସହ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାକୁ ନାଟ୍ୟଦୀପ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଗୁରୁ ହରିହର ମହନ୍ତ ଓ ଗ୍ରୁପ ଦ୍ଵାରା ସୁନ୍ଦରଗଡ଼ର ସାରଳା ଝୁମର୍ ଦଳ ପକ୍ଷରୁ ପାରମ୍ପରିକ ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା।

ଯାହା ସାଂସ୍କୃତିକ ପରିବେଶକୁ ବହୁତ୍ ମନୋରଞ୍ଜନ ଯୋଗାଇଥିଲା। ପରେ ପରେ ଦେବାଂଶି ସ୍ବାଇଁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ସତ୍ୟସାଇ ଡାନ୍ସ ଏକାଡେମୀ ଗୋପ ପକ୍ଷରୁ ମାହାରୀ ନୃତ୍ୟ ପରିବେଷଣ ଆକର୍ଷଣ ସାଜିଥିଲା। ଶେଷ ପର୍ଯ୍ୟାୟରେ ନାଟ୍ୟଦୀପ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ମହୋତ୍ସବକୁ ନାଟ୍ୟଦୀପ ଅନୁଷ୍ଠାନ ନିର୍ଦ୍ଦେଶକ କାଳନ୍ଦି ଚରଣ ସ୍ବାଇଁ, ସମ୍ପାଦକ ନିତ୍ୟାନନ୍ଦ ମହାରଣା ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରତାପ ରାଉତ ମଞ୍ଚ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *