ଆସିଡିଏସ ପକ୍ଷରୁ ପୋଷଣ ଭି ପଢାଇ ଭି ୩ ଦିନଆ କର୍ମଶାଳା ଉଜାପନ।
ରଘୁନାଥପୁର ତା ୫/୧୨:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଆସିଡିଏସ ପକ୍ଷରୁ ଜ୍ୟେତିମହାସଂଙ୍ଘ ସଭାକକ୍ଷରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଆୟୋଜିତ ପୋଷଣ ଭି ପଢାଇ ଭି ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଜାପନ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିର ଟି ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ଏହାର ଉଜାପନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ତୣପ୍ତିମୟୀ ମହାନ୍ତି ଯୋଗଦେଇ ସରକାରଙ୍କ ପୋଷଣ ଭି ପଢାଇ ଭି ଯୋଜନା କୁ ସଠିଭାବେ ନିୟୋଜିତ କରି କୁନିକୁନି ପିଲାମାନଙ୍କ ଶିକ୍ଷାଦାନ ତଥା ମାନସିକ ଓ ଶାରୀରିକ ଅଭିବୃଦ୍ଧି ରେସହଯୋଗ କରିବାପାଇଁ ଉପଦେଶ ଦେଇଥିଲେ।ଏହି ଉଜାପନ ଉତ୍ସବରେ ମୁଖ୍ୟବକ୍ତା ଭାବେ କାର୍ଯ୍ୟାଳୟର ସେକ୍ସନଅଫିସର ପ୍ରଣୟ ସ୍ଵାଇଁ ଯୋଗଦେଇ ସରକାର ଙ୍କ ଯୋଜନା କିପରି ସଫଳହେବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ସୋନାଲି ପ୍ରିୟଦର୍ଶିନୀ,ଲିପସା ପ୍ରିୟଦର୍ଶିନୀ,ବିଜୟଲକ୍ଷ୍ମୀ ପଣ୍ଡା ଯୋଗଦେଇ ଉପସ୍ଥିତ ରହିଥିଲେ।ଏଥିରେ ପ୍ରିୟଦର୍ଶିନୀ ମହାପାତ୍ର, ସୁପ୍ରିୟା ମହାନ୍ତି,ଶିବଚରଣ ମହାନ୍ତି,ସୁକଦେବ ମଲ୍ଲିକ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହାୟତା ପ୍ରଦାନ କରିଥିଲେ।
