ରାଣୀପଥର ଘାଟିରେ ଟ୍ରକ ଉପରେ ଟଳି ପଡ଼ିଲା ଶଳପ ଗଛ,ଅଳ୍ପକେ ବର୍ତିଲେ ଡ୍ରାଇଭର l

ଫୁଲବାଣୀ:-୨୧/୦୭ (ରିପୋର୍ଟ – ବୈଦ୍ୟନାଥ ବେହେରା,କନ୍ଧମାଳ) ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ଓ ପ୍ରବଳ ବର୍ଷା ଯୋଗୁଁ ବହୁ କ୍ଷୟ କ୍ଷତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଜୀବନ ଜୀବିକାରେ ଓ ଜୀବନ ଯାତ୍ରାରେ ବହୁ ବ୍ୟାଘାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ଏଭଳି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବଣ ପାହାଡ଼ ଘେରା ଜିଲ୍ଲା ହୋଇଥିବା ଯୋଗୁଁ ଘାଟି ରାସ୍ତା ଗୁଡ଼ିକ ଅସୁରକ୍ଷିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ରାଣୀପଥର ଘାଟି,ଗାଡ଼ିଆପଡ଼ା ଘାଟି ଓ କଳିଙ୍ଗିଆ ଘାଟି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ପରିବହନ ଯାନ ଗୁଡ଼ିକ ସତର୍କ ନହେଲେ ଜୀବନ ପ୍ରତି ଆଶଙ୍କା ରହୁଛି lଖବର ରୁ ଜଣାପଡ଼ିଛି ଯେ ଲଗାଣ ବର୍ଷା ଯୋଗୁଁ ଘାଟି ରାସ୍ତାର ପାହାଡ଼ରେ ରହିଥିବା ପୁରାତନ ଗଛ ଗୁଡ଼ିକ ଉପୁଡ଼ି ପଡୁଥିବା ଦେଖିବାକୁ ମିଳିଛି ଫଳରେ ରାସ୍ତା ଅପରୋଧ ହେବା ସହିତ ଯାତ୍ରୀଙ୍କ ଜୀବନ ପ୍ରତି ଆଶଙ୍କା ଦେଖା ଦେଉଛି l ଏହାର ଜ୍ୱଳନ୍ତ ଉଡାହାରଣ ରାଣୀପଥର ଘାଟିରେ ଦେଖିବାକୁ ମିଳିଛି l ରବିବାର ରାତିରେ ରାଣୀପଥର ଘାଟି ରେ ଏକ ପୁରାତନ ବିରାଟ ଶଳପ ଗଛ ଉପୁଡ଼ି ଏକ ଟ୍ରକ ଗାଡ଼ି OD70 A S9052 ଉପରେ ପଡିଯାଇଥିବା ବେଳେ ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି l

ଟ୍ରାକ ଗାଡିର ଆଗ ସାମନାର କାଚ ଚୁରମାର ହୋଇଯାଇଥିବା ବେଳେ ମୁଣ୍ଡ ଉପର ଛାତ ସମ୍ପୂର୍ଣ ଚେପା ହୋଇଯାଇଛିl ସେହିଭଳି ଗତ ୧୭ ତାରିଖ ଦିନ ଗୋଟିଏ ବିରାଟ ପୁରାତନ ଶାଳଗଛ ଟଳି ପଡିଥିଲା ଫଳରେ ରାସ୍ତା ଅପରୋଧ ହୋଇଥିବା ବେଳେ ବହୁ ଯାନବାହାନ ଘଣ୍ଟା ଘଣ୍ଟା ଧରି ରହିଥିଲେ ଏହି ଘଟଣାରେ କୌଣସି କ୍ଷତି ଘାଟି ନଥିଲେ ମଧ୍ୟ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ l ତା ପରଦିନ ଭୋର ସକାଳୁ ବୌଦ୍ଧଜିଲା ହରଭଙ୍ଗା ଚାରିଛକର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଗଛକୁ କାଟି ସଫା କଲାପରେ ଯାନବାହାନ ଚଳାଚଳ ସଭାବିକ ହୋଇଥିଲା l ସୂଚନା ଯୋଗ୍ୟଯେ ଏବେ ମଧ୍ୟ ଅନେକ ପୁରାତନ ଗଛର ମାଟି କ୍ଷୟ ହୋଇ ରାସ୍ତା କଡ଼ ପାହାଡ଼ରେ ଚେର ମୂଳରେ ଠିଆ ହୋଇ ରହିଛନ୍ତି l ଏଗୁଡିକ ପ୍ରତି ବହୁ ଆଶଙ୍କା ଦେଖାଦେଉଛି l କେତେବେଳେ ଯେ ଟଳି ପଡିବ ନାହିଁ ବୋଲି କହିହେବ ନାହିଁ l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ଗଛ ଗୁଡ଼ିକୁ ଯଥାଶୀଘ୍ର ନ କାଟିଲେ ଯାତ୍ରୀ ମାନଙ୍କ ପ୍ରତି ନିଶ୍ଚିତ ବିପଦ ହୋଇପାରେ ବୋଲି ଯାତ୍ରୀମାନେ ଅଭିଯୋଗ କରୁଛନ୍ତି l ନହେଲେ ଯାହା ଘଟଣା ଘଟିବ ପ୍ରଶାସନ ଦାୟୀ ରହିବ ବୋଲି ଯାତ୍ରୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *