ମାଁଙ୍କ ପାଇଁ ଗଛଟିଏ

ମାଁଙ୍କ ପାଇଁ ଗଛଟିଏ
ଡ. ପ୍ରେମାନନ୍ଦ ବେହେରା

ଧରଣୀ ମାତାର ସୁଯୋଗ୍ୟ ସନ୍ତାନ
ବଢ଼ୁଛୁ ପୃଥ୍ବୀ କୋଳରେ
ଜନନୀ ପାଇଁକି ଗଛ ଲଗାଇବା
ସେପ୍ଟେମ୍ବର ସତରରେ ।।
ମାନବ ଜୀବନ ସମ୍ଭବ ନୁହଁଇ
କେବେ ବି ପ୍ରକୃତି ବିନା
ପରିବେଶ କ୍ଷତି କରୁଛୁ ସଭିଏଁ
ଧରି ବିକାଶର ବାନା ।।
ସୁସ୍ଥ ପରିବେଶ ରହିଲେ ରହିବ
ଧରାରେ ଜୀବଜଗତ
ନିଜ ସୁଖ ପାଇଁ ମଣିଷ ସାଜୁଛି
ବିପର୍ଯ୍ୟୟର କାରକ ।।
କଳକାରଖାନା ଯାନ ଓ ବାହନ
ପ୍ଲାଷ୍ଟିକର ବ୍ୟବହାର
ପ୍ରଦୂଷଣ ମୂଳ ହେତୁ ସାଜି କରେ
ପରିବେଶ ନାରଖାର ।।
ସବୁଜ ଗ୍ରହରୁ ଗଛ କାଟିବାରୁ
ବଢ଼ୁଅଛି ତାପମାତ୍ରା
ଡହକ ବିକଳ ଅଂଶୁଘାତ କରେ
ଅସହ୍ୟ ଜୀବନ ଯାତ୍ରା ।।
ଆଧୁନିକତାର କବଳେ ପଡିଛୁ
ସମସ୍ତ ମଣିଷ ଜାତି
ରେଫ୍ରିଜେରେଟର ଏ.ସି. ବ୍ୟବହାର
ଆଜି ଘାତକ ସାଜୁଛି ।।
ସୁସ୍ଥ ସମାଜଟେ ଗଠନ କରିବା
ସ୍ବଚ୍ଛ ରଖି ପରିବେଶ
ତେବେ ଯାଇ ଆମେ ଫୁଟାଇ ପାରିବା
ଧରଣୀ ମୁଖରେ ହସ ।।
ମାଆଙ୍କ ପାଇଁକି ଗଛଟିଏ ହେଉ
ସଭିଙ୍କ ସଂକଳ୍ପ ଆଜି
ଗଛ ଲଗାଇବା ତାର ଯତ୍ନ ନେବା
ପ୍ରକୃତି ମିତ୍ରଟେ ସାଜି ।।

ପ୍ରଧାନ ଶିକ୍ଷକ
ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ବୁରୋମୁଣ୍ଡା, ବରଗଡ଼

ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ

Leave a Reply

Your email address will not be published. Required fields are marked *