ମା ପାଇଁ ଗଛଟିଏ , ପୋଷଣମାସ ଶୁଭାରମ୍ଭ ଏବଂ ସୁଭଦ୍ରା ଯୋଜନା ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ।

ରଘୁନାଥପୁର:-୧୭/୯(ପି.ଏନ.ଏସ)ଜସ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତ, ସ୍କୁଲକଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଂଅରା ପଞ୍ଚାୟତରେ ସରପଞ୍ଚ ବଟକୃଷ୍ଣ ନାୟକ ଓ ଇଓ ସୁରତି ନାୟକଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ତାରେଣି ଗଡାରେ ୫ ଶହ ଚାରା ରୋପଣ କରାଯାଇଥିଲା।ଅନୁରୂପ ଭାବେ ରେଢ଼ୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଗହ୍ମାପୁର ଗାଦିବ୍ରହ୍ମ ପୀଠରେ ଚାରା ରୋପଣ ହୋଇଥିଲା।ଯନ୍ତ୍ରୀ ସୁବାଷ ଚନ୍ଦ୍ର ପୃଷ୍ଟି ଓ ଏଡିଇଓ ଶୁଭେନ୍ଦୁ ପଣ୍ଡା ଏଥିରେ ସହଯୋଗ କରିଥିଲେ। ରେଢୁଆ ବୃନ୍ଦାବନ ଚନ୍ଦ୍ର ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏଥିରେ ସାମିଲ ହୋଇ ଗଛ ଲଗାଇଥିଲେ।ସେହିପରି ରାଢ଼ଙ୍ଗ ବଡ ପୋଖରୀ,ପୂଜା ଓ ଜିରା ଗ୍ରାମ ଶ୍ମଶାନ ଏବଂ କଳିଙ୍ଗାରେ ସରପଞ୍ଚ ସୁଶିଳ ବାରିକ,ସମିତି ସଭ୍ୟା ପ୍ରାନ୍ତରସ୍ମି ପାଲ, ଏଡିଇଓ ଅଙ୍ଗୁରବାଳା ମହାନ୍ତି,ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ଓ ରାଢ଼ଙ୍ଗ ବିଦ୍ୟାଳୟର ପିଲାମାନେ ଗଛ ଲଗାଇଥିଲେ। ତାରପୁର ପଞ୍ଚାୟତର ବେଲବଣ ଓ ଅଚ୍ୟୁତପୁର ନଦୀ ପଠାରେ ସରପଞ୍ଚ ସୁଷମା ମଲ୍ଲିକ,ବିଦ୍ୟାଧରପୁରରେ ସରପଞ୍ଚ ସାହେଦା ତବସୁମ, ଧରାଧରପୂରରେ ସରପଞ୍ଚ ନଳିନୀପ୍ରଭା ମୁଦୁଲି,ବରାଗୋଳରେ ସରପଞ୍ଚ ଜୟନ୍ତୀ ଦାସ, ଗୁଆଳିପୁରରେ ସରପଞ୍ଚ ମନଜିନି ସାହୁ, ଅଢେଇକୁଳରେ ସରପଞ୍ଚ ରୀନା ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଚାରା ରୋପଣ କରାଯାଇଥିଲା।ସେହିପରି ଭାଜପା ଯୁବନେତା ଅଶୋକ ମହାରଣାଙ୍କ ଉଦ୍ୟମରେ କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଅରୁପାନନ୍ଦ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ କଲେଜ ପରିସରରେ ଚରା ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ମା ପାଇଁ ଗଛ ଟିଏ,ପୋଷଣ ମାସ ଶୁଭାରମ୍ଭ ଏବଂ ସୁଭଦ୍ରା ଯୋଜନା ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ।ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କ ରେ ଯସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର (୭୫)ତମ ଜନ୍ମଦିନ ଅବସରରେ ମା ପାଇଁ ଗଛ ଟିଏ ଲଗାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ପ୍ରକାଶ ଥାଉ କି ଆଜି ପୋଷଣ ମାସ ଶୁଭାରମ୍ଭ ରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆରମ୍ଭ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ବିଷ୍ଣୁପ୍ରିୟା ସେଠି, ବ୍ଲକ ସମନ୍ୱିତ ଶିଶୁ ଅଧିକାରୀଣୀ ତୃପ୍ତି ଲତା ମହାନ୍ତି, ମୁଖ୍ୟସେବିକା ଲିପିସା୍ ପ୍ରିୟଦର୍ଶିନୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୂଖ୍ୟ ଅଧିକାରୀ ଡ଼ଃ ସୁକାନ୍ତ କୁମାର ଦଳେଇ, ଅଙ୍ଗନବାଡି କର୍ମୀ ରେଶେ୍ମା ରାଣୀ ଖଟୁଆ, ସୁନିତା ସ୍ବାଇଁ, ସବିତା ଧର, ଶୁଭ୍ରା ସ୍ବାଇଁ ପ୍ରମୁଖ ଏବଂ ବହୁ ଆଶା କର୍ମୀମାନଙ୍କ ଉପସ୍ଥିତ ଥିଲେ। ଏଠାରେ ସୁଚନା ଥାଉ କି ଆଉମଧ୍ୟ ରଘୁନାଥପୁର ବ୍ଲକ ର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟରେ ସୁଭଦ୍ରା ଯୋଜନା ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ମା ପାଇଁ ଗଛ ଟିଏ,ପୋଷଣ ମାସ ଶୁଭାରମ୍ଭ ଏବଂ ସୁଭଦ୍ରା ଯୋଜନା ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ। ରଘୁନାଥପୁର ବ୍ଲକର ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କ ରେ ଯସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର (୭୫)ତମ ଜନ୍ମଦିନ ଅବସରରେ ମା ପାଇଁ ଗଛ ଟିଏ ଲଗାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ପ୍ରକାଶ ଥାଉ କି ଆଜି ପୋଷଣ ମାସ ଶୁଭାରମ୍ଭ ରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆରମ୍ଭ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ବିଷ୍ଣୁପ୍ରିୟା ସେଠି, ବ୍ଲକ ସମନ୍ୱିତ ଶିଶୁ ଅଧିକାରୀଣୀ ତୃପ୍ତି ଲତା ମହାନ୍ତି, ମୁଖ୍ୟସେବିକା ଲିପିସା୍ ପ୍ରିୟଦର୍ଶିନୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୂଖ୍ୟ ଅଧିକାରୀ ଡ଼ଃ ସୁକାନ୍ତ କୁମାର ଦଳେଇ, ଅଙ୍ଗନବାଡି କର୍ମୀ ରେଶେ୍ମା ରାଣୀ ଖଟୁଆ, ସୁନିତା ସ୍ବାଇଁ, ସବିତା ଧର, ଶୁଭ୍ରା ସ୍ବାଇଁ ପ୍ରମୁଖ ଏବଂ ବହୁ ଆଶା କର୍ମୀମାନଙ୍କ ଉପସ୍ଥିତ ଥିଲେ। ଏଠାରେ ସୁଚନା ଥାଉ କି ଆଉମଧ୍ୟ ରଘୁନାଥପୁର ବ୍ଲକ ର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟରେ ସୁଭଦ୍ରା ଯୋଜନା ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *