ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ “ମାଁ ପାଇଁ ଗଛଟିଏ” ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତା. ୧୭.୦୯.୨୦୨୫ ଗାଇସିଲାଟବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ମାଁ ପାଇଁ ଗଛଟିଏ” ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟସ୍ତରୀୟ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଖେଳପଡ଼ିଆକୁ ସମସ୍ତ ଛାତ୍ରଛତ୍ରୀ, ଶିକ୍ଷକ, ଶିକ୍ଷା କର୍ମଚାରୀ ଓ ପ୍ରଧାନ ଶିକ୍ଷକ ଏକ ଶୋଭାଯାତ୍ରାରେ ଯାଇ ୧୫୦ଟି ଆମ୍ବଗଛ ରୋପଣ କରିଥିଲେ । ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ମଣିଷର ଜୀବନରେ ବୃକ୍ଷର ଭୂମିକା ଓ ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ଅର୍ଜୁନ ତାଣ୍ଡି ଆଜିଦିନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ଶିକ୍ଷକ ପଞ୍ଚାନନ ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ମୋହନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିବା । ଶିକ୍ଷକ ସୁବଳ ଠାକୁର, ମନୋଜ କୁମାର ପାଢ଼ୀ, ରଜତ କୁମାର ଚୌହାନ, ପ୍ରଫୁଲ୍ଲ କୁମାର ସାଗର ଏବଂ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ମାମି ପଧାନ, ସ୍ଵପ୍ନାରାଣୀ ଭୋଇ, ସସ୍ମିତା ସାହୁ , କନିଷ୍ଠ ସହାୟକ ବୈଲୋଚନ ସେଠ ଏବଂ ରାତ୍ର ଜଗୁଆଳୀ ଭୋଳାନାଥ ଛତର ସହାୟତା କରିଥିଲେ । ଆସନ୍ତା ବାର୍ଷିକ ଉତ୍ସବରେ ଗଛର ସଠିକ ଯତ୍ନ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତିନୋଟି ପୁରସ୍କାର ଦିଆଯିବ ବୋଲି ପ୍ରଧାନ ଶିକ୍ଷକ ଡ. ବେହେରା ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *