A1ରେ ଉତ୍ତୀର୍ଣ୍ଣ ଛାତ୍ରଙ୍କୁ ହାଇସ୍କୁଲରେ ଭବ୍ୟ ସ୍ଵାଗତ
କୁଜଙ୍ଗ-୩/୫-କୁଜଙ୍ଗ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଶିରୋଳଠାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ରେ ଉତ୍ତୀର୍ଣ୍ଣ ଛାତ୍ର ତାପସ ଦାସଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଶନିବାର ପୂର୍ବାହ୍ନ ୧୧ଟା ସମୟରେ କୁଜଙ୍ଗ ଏବିଇଓ ଶ୍ରୀମତୀ ପ୍ରତୀମା ସୂତାର,ସିଆରସିସି ଜିତେନ୍ଦ୍ର କୁମାର ବେହେରା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତାବାଳା ଦାସ ହାଇସ୍କୁଲ ପରିସରରେ ମେଧାବୀ ଛାତ୍ରଙ୍କୁ ଫୁଲତୋଡ଼ା ପ୍ରଦାନ କରି ସମ୍ମାନିତ କରିଥିଲେ। ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ଛାତ୍ର ତାପସ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସହକାରୀ ଶିକ୍ଷୟିତ୍ରୀ ବନିତା ମଲ୍ଲ, ନମିତା ଦାସ, ଶୁଭଶ୍ରୀ ସାହୁ,ରୀନାଲତା ଦେଇ, ମୋନାଲିସା ପଣ୍ଡା,ଶିକ୍ଷକ ପାର୍ଥସାରଥୀ ଚୈ।ଧୁରୀ,ତ୍ରୀବିକ୍ରମ ମହାନ୍ତି ,ଶଶାଙ୍କ ପରୀଡା, ବସନ୍ତ ରାଉତ, ଶ୍ରୀକାନ୍ତ ଜେନା, ଗୋପାଳ ଚନ୍ଦ୍ର ମିଶ୍ର, ବିଭୂତି ଭୂଷଣ ରାଉତ,ଦେବ ନାରାୟଣ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଛାତ୍ର ଶ୍ରୀ ଦାସଙ୍କୁ ସ୍ବାଗତ କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏଥିସହ ରାହାମା ପ୍ରେସ କ୍ଲବର ସଭାପତି ବିଜୟ କୁମାର ସ୍ୱାଇଁ, ସଂପାଦକ ପ୍ରମୋଦ ମଲ୍ଲିକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ମେଧାବୀ ଛାତ୍ର ତାପସ ଦାସଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
