ଧାମନଗର ନିର୍ଗୁଣ୍ଡି ଗ୍ରାମରେ ନିଆଁରେ ପୋଡିହୋଇ ମହିଳାଙ୍କ ମୃତ୍ୟୁ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଥାନା ଅଧୀନରେ ଥିବା ନିର୍ଗୁଣ୍ଡି ଗ୍ରାମ ପଞ୍ଚାୟତର ପାଲ ସାହିରେ ଆଜି ଏକ ଅଭୋଭନୀୟ ଘଟଣା ଦେଖିବାକୁ ମିଳିଛି।ନିର୍ଗୁଣ୍ଡି ଗ୍ରାମରେ ମନୋଜ ପାଲ, ପିତା ସ୍ବର୍ଗତ କାଠି ପାଲ, ମା ବୁଦ୍ଧି ମତି ପାଲ,ଏବଂ ଭାଇ ଜୟନ୍ତ ପାଲ ବାସ କରନ୍ତି। କିଛିବର୍ଷ ପୂର୍ବେ ମନୋଜଙ୍କର ନୟାଗଡ଼ ଜିଲ୍ଲାର ରାଧାରାଣୀଙ୍କ ସହିତ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା ବିଭାଘରର ଚାରି ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ବେଳକୁ ଏଭଳି ଘଟଣା ଏ ଅଞ୍ଚଳକୁ ସ୍ତମ୍ବିଭୂତ କରିଦେଇଛି। ପରିବାରର ଗୁଜୁରାଣ ନିମନ୍ତେ ମନୋଜ ଏବଂ ଜୟନ୍ତ ଦୁଇ ଭାଇ ବାହାରେ ରହୁଥିବା ବେଳେ, ଘରେ ବିଧବା ବୁଢ଼ିମା ଏବଂ ମନୋଜ ପାଲଙ୍କ ଧର୍ମପତ୍ନୀ ରାଧାରାଣୀ ପାଲ ରୁହନ୍ତି। ମନୋଜ ପାଲ ଏକ ଭିନ୍ନ କ୍ଷମ ମଣିଷ ସେ କୋଲକତା ରେ ଛୋଟ ମୋଟ ବେପାର କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି। ଆଜି ସକାଳ ୭ଟା ସମୟରେ ଶାଶୁଙ୍କ ସମେତ ଗ୍ରାମବାସୀ ମାନେ ତାଙ୍କର ମୃତ ଦେହ ଦେଖିବା ସହିତ ଶରୀର ପୋଡ଼ି ହୋଇଥିବା ଦେଖିବାକୁ ପାଇଥିଲେ. ପରେ ସେମାନେ ଏ ବିଷୟରେ ଧାମନଗର ଥାନାକୁ ଜଣାଇଥିଲେ ଏବଂ ଧମାନଗର ପୋଲିସ ଅଧିକାରୀ “ଆଇ ଆଇ ସି ” ପ୍ରଦୀପ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ କରୁଛନ୍ତି .ମୂର୍ତ୍ତ ରାଧାରାଣୀ ଙ୍କ ପରିବାର ବା ତାଙ୍କ ମାଆ ଧାମନଗର ପୋଲିସ ଷ୍ଟେସନରେ ପହଞ୍ଚି ଏକ କେସ ଫାଇଲ କରିଛନ୍ତି। କେସ ନମ୍ବର 267/21 ରୁଜୁ କରାଯାଇଛି। ପୋଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଥିବା ଜଣାପଡିଛି।
ରିପୋର୍ଟ :-ପୁନିଲ. କୁମାର ସାମନ୍ତ,
