ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ
କନ୍ଧମାଳ ତା ୧୧/୦୪/୨୦୨୫ ଫୁଲବାଣୀ ବ୍ଲକ ଅଧିନସ୍ଥ କେରେଡି ଗ୍ରାମ ପଞ୍ଚାୟତ ଲାହା ବାଡ଼ି ଗ୍ରାମରେ ଏକ ମର୍ମାହତ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ସୂଚନା ମୁତାବକ ସ୍ଥାନୀୟ କେରେଡି ଗ୍ରାମ ପଞ୍ଚାୟତ ଲହବ।ଡ଼ି ଗ୍ରାମର ସତ୍ୟ ଭ।ମା ଦିଗାଲ ବୟସ ୩୨ ବର୍ଷ ଦିବ ୧୧ ଘଣ୍ଟିକ। ସମୟରେ ନିଜ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଟିକାବାଲି ପଟୁ ଆସୁଥିବା ଭେନ୍ ଭରସ୍ୟମ ହରାଇ ସ୍ବର୍ଗତ ସତ୍ୟଭାମା ଦିଗାଲ ଙ୍କୁ ମାଡ଼ କରିବାରୁ ଶ୍ରୀମତୀ ସତ୍ୟଭାମା ଦିଗ।ଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।କିନ୍ତୁ ମୃତ୍ୟୁ ର ଚାରି ଘଣ୍ଟା ପରେ ମଧ୍ୟ କୌଣସି ସରକାରୀ କଳ କିମ୍ବା ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ନ ଆସିବା ଦୁଃଖ ପରିତାପର ବିଷୟ ଅଟେ ।ପରେ କେରେଡି ପଞ୍ଚାୟତ ର ଶହ ଶହ ଗ୍ରାମ ବାସୀ ବରିଷ୍ଟ ବି ଜେ ପି ନେତା ଲଳିତ ଦିଗ।ଲଙ୍କ ନେତୃତ୍ଵରେ ଘଟଣା ସମାଧାନ ପାଇଁ ଫୁଲବାଣୀ ବ୍ରହ୍ମପୁର ୧୫୭ ରାଜପଥ କୁ ଅବରୋଧ କରିଥିଲେ । ଖବର ପାଇ ଫୁଲବାଣୀ ଲହସିଲଦ।ର ପ୍ରିୟଙ୍କା ପ୍ରିୟ ଦର୍ଶନୀ, sdpo ଶ୍ରୀ ସୁବ୍ରଜିତ୍ ବିଶ୍ଵାଳ, ସଦର ଥାନା ଅଧିକାରୀ, ଏସ ଆଇ ଘଟଣା ସ୍ଥଳରେ ଦୀର୍ଘ ୪ ଘଣ୍ଟା ବ୍ୟବଧାନରେ ପ ହଞ୍ଚି ଥିବାରୁ ବି ଜେ ପି ର ଫୁଲବାଣୀ ବ୍ଲକ ସଭାପତି ଶ୍ରୀ ଲଳିତ କୁମାର ଦିଗାଲ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା । ଶେଷରେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ମୃତକ ପରିବାରକୁ କ୍ଷତିପୂରଣ ,ଦୁଇଟି ପିଲାଙ୍କ ପାଠ ପଢାରେ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିବାରୁ ଉତେଜିତ ଲୋକମାନେ ରାସ୍ତା ଅବରୋଧ ବନ୍ଧ୍ କରିଥିଲେ । ଜିଲ୍ଲା ରେଡ୍ କ୍ରସ୍ ତରଫରୁ ମୃତକ ପରିବାରକୁ ୧୫,,୦୦୦ ଟ ଙ୍କ। ଅର୍ଥ ରାଶି ପ୍ରଦାନ ଦିଆଯାଇଥିଲା । ଦେଖିବାକୁ ବାକି ରହିଲା ମୃତକ ପରିବାରକୁ ସରକାର କିପରି ଭାବରେ ସାହାଯ୍ୟ ସହଯୋଗ କରୁଛନ୍ତି ।
