ଘରେ ଶୋଇଥିବା ବେଳେ ସାପକାମୁଡା ରେ ଯୁବକ ମୃତ
କାମାକ୍ଷାନଗର ଆଙ୍କର-କଙ୍କଡାହାଡ଼ ଥାନା କୋଚିଲାବାଙ୍କ ଗ୍ରାମ ରେ ଅଭାବନୀୟ ଘଟଣା l ଘରେ ଶୋଇଥିବା ବେଳେ ବିଷାକ୍ତ ସାପକାମୁଡା ରେ ଯୁବକ ମୃତ l ମୃତକ ଜଣକ ହେଲେ ସେହି ଗ୍ରାମର ଆନନ୍ଦ ହେସା l ସୂଚନା ଅନୁସାରେ ଆନନ୍ଦ ଗତକାଲି ରାତିରେ ଘରେ ଖାଇସାରିବା ପରେ ଶୋଇଥିବା ବେଳେ ଏକ ବିଷାକ୍ତସାପ କାମୁଡା ତାଙ୍କୁ କାମୁଡି ଦେଇଥିଲା l ସକାଳୁ ଆନନ୍ଦ ନଉଠିବା ଦେଖି ପରିବାର ଲୋକ ତାଙ୍କୁ ଉଠାଇବାକୁ ଗଲାବେଳେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖିଥିଲେ l ପରେ ପରିବାର ଲୋକ ତୁରନ୍ତ ଆନନ୍ଦ ଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l
