ବିଚ ରାସ୍ତାରେ ଯୁବକ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୃବୁତ l ଖଣ୍ଡା ଚୋଟରେ ଜଣଙ୍କ ମୃତ୍ୟୁ ଅନ୍ୟ ଦୁଇ ଆହତ
କୁଜଙ୍ଗ :୬/୧୦ ଖଣ୍ଡା ଚୋଟରେ ଯୁବକ ମନୋଜ ସ୍ୱାଇଁ ମୃତ୍ୟୁ,୩ଆହତ lକୁଜଙ୍ଗ ବ୍ଲକ ବଣିତ ପଂଚାୟତ ର ସରିକି ଗ୍ରାମରେ ଘଟିଛି ଏ ଭଳି ନୃଶଂସ ନିୟ ହତ୍ୟା କାଣ୍ଡ, l ମିଳିଥିବା ସୂଚନା ଅନୁଯାଇ ସରିକି ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ପାଖ ପଞ୍ଚାୟତ ବୋଧେଇ କୁ ଡ୍ରାମା ଦେଖିଯିବାକୁ ଗାଁ ମୁଣ୍ଡ ଚାନ୍ଦିନୀ ଉପରେ ବସିଥିବା ବେଳେ ସରିକି ଗ୍ରାମର ଯୁବକ ପରେଶ ସ୍ୱାଇଁ(ପନୁ) ସେଠାରେ ଏକ ଧାରୁଆ ଅସ୍ତ୍ର ଧାରୀ ପହଂଚି ଆକ୍ରମଣ କରିଥିଲା ଫଳରେ ମନୋଜ କୁମାର ସ୍ୱାଇଁ (୪୫)ପିତା ଧରଣୀ ଧର, ଙ୍କୁ ମରଣତ୍ମକ ଆକ୍ରମଣ କରିଥିଲା ଓ ସେଠାରେ ଉପସ୍ଥିତ ଅନ୍ୟମାନେ ୩ ଜଣ ଧରାଧରି କରିବାରୁ ସେମାନ ଙ୍କୁ ବି ଦୃବୁତ ଛୋଟ ମାରିଥିଲା, ହେଲେ ସେମାନେ ସାମାନ୍ୟ ଆହତ ହେଇଥିବା ବେଳେ ମନୋଜ ସ୍ୱାଇଁ ଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା ଖବର ପାଇ ଗାଁ ଲୋକେ ପ୍ରଥମେ ତିର୍ତୋଲ ପୁଲିସି କୁ ଖବର ଦେଇ ଆହତ ମାନଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମନୋଜ ଙ୍କର ବେକ, ପେଟ ଓ ହାତରେ ଗଭିର କ୍ଷତ ହେଇଥିବାରୁ ଡାକ୍ତର ବଡ଼ ମେଡିକାଲ କୁ ରେଫର କରିଥିଲେ, ତେବେ ପ୍ରଚୁର ରକ୍ତ ସ୍ରାବ ହେଉଥିବାରୁ କଟକ ବଡ଼ ମେଡ଼ିକାଲରେ ତାଙ୍କୁ ମୃତ୍ ବୋଲି ଡାକ୍ତର ଘୋଷଣା କଲେ, ବୋଲି ମୃତକ ଙ୍କ ନିକଟ ସମ୍ପର୍କୀୟ ଙ୍କ ଠାରୁ ସୂଚନା ମିଳିଛି l ସରିକି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ରାଜନୀତି ର ଶତ୍ରୁତା ଥାଇ, ଓ ପାରିବାରିକ ଶତ୍ରୁତା ଥାଇପାରେ ବୋଲି ଅନୁମାନ କରାଯାଉଛି l ତେବେ ଆସାମୀ ପରେଶ କୁମାର ସ୍ୱାଇଁ ହତ୍ୟା କାଣ୍ଡ ଭିଆଇବା ପରେ ଫେରର ହେବାକୁ ଉଦ୍ୟମ କରିଥିଲା, ତୁରନ୍ତ ତିର୍ତୋଲ ପୁଲିସି ତନା ଘନା ଖୋଜି ପଣ୍ଡୁଆ ପଞ୍ଚାୟତ ରୁ ଆସାମୀଙ୍କୁ କାବୁ କରି ତିର୍ତୋଲ ଥାନାକୁ ଆଣି ତଦନ୍ତ କରୁଛି ଓ ହତ୍ୟା କାଣ୍ଡ ସମ୍ପର୍କୀୟ କାରଣ ଖୋଜୁଛନ୍ତି, ସରିକି ଗ୍ରାମରେ ଏଭଳି କାଣ୍ଡ କୁ ନେଇ ଚର୍ଚ୍ଚା ହେଉଛି l
