କାଜୁ ଜଙ୍ଗଲରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା।

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାନ୍ଦପୁର ଗାଁ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣଙ୍କ ମହାବିରୋଡ଼ ଥାନା ଦଶିପୁର ଗାଁର ଲୁଲୁ ଦେହୁରୀ। ଲୁଲୁଙ୍କ ମୁଣ୍ଡକୁ ବିଅର ବୋତଲରେ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହଣା ଯାଇଥିବା ଦେଖିବାକୁ ମିଳିଛି। ଯଦିଓ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗତ କାଲି ଗାଁରେ ପଞ୍ଚଦୋଳ ଯାତ୍ରା ହୋଇଥିଲା। ମାତ୍ର ରାତିରେ ଘରକୁ ଫେରି ନଥିଲେ ଲୁଲୁ। ପରିବାର ଲୋକେ ମୋବାଇଲକୁ ମଧ୍ୟ ଯୋଗାଯୋଗ କରିଥିଲେ। ତେବେ ଆଜି ତାଙ୍କର ମୃତ ଦେହ କାଜୁ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି ମହାବିରୋଡ଼ ପୋଲିସ।

Leave a Reply

Your email address will not be published. Required fields are marked *