ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ
ପୁରୀ ୧୮/୭ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ପତ୍ର ସଂଖ୍ୟା ୧୨୩୩୧ ତା ୧୬/୭/୨୫ରିଖ ଅନୁଯାୟୀ ଆସନ୍ତା ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯/୭/୨୫ ରିଖ ଠାରୁ ଆରମ୍ଭ ହୋଇ ତା ୨୦/୮/୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିବ।ଏଥି ନିମନ୍ତେ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣାଇ ଦିଆଯାଉଛି କି ଏ ବର୍ଷ ଚାଷୀ ପଞ୍ଜିକରଣ ସମ୍ପୂର୍ଣ୍ଣ ନୂତନ ଭାବେ କରାଯିବ ଓ ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ।ଏହି ପ୍ରକ୍ରିୟାରେ ଚାଷୀ ଭାଇଭଉଣୀ ମାନଙ୍କର ଇ-କେୱ୍ବାଇସୀ ତଥା ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ।ତେଣୁ ସମସ୍ତଙ୍କୁ ଜଣାଇ ଦିଆଯାଉଛି କି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ବ୍ୟାଙ୍କ ଖାତାର ଆଧାର ସଂଯୋଗୀକରଣ କରି ଚାଷୀ ପଞ୍ଜିକରଣ କରାଇ ନିଅନ୍ତୁ ବୋଲି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
