ଏବେ ବି ଲକ୍ଷ୍ମଣ ବଞ୍ଚିଛନ୍ତି
ଏବେ ବି ଲକ୍ଷ୍ମଣ ବଞ୍ଚିଛନ୍ତି
(ପ୍ରକୃତି ବନ୍ଧୁ ହରିହର ସାହୁ)
ଏବେ ବି ଲକ୍ଷ୍ମଣ ବଞ୍ଚିଛନ୍ତି ଭାଇ
ଏହି ପୃଥିବୀ ପୃଷ୍ଠରେ
ତ୍ରେତୟା ଯୁଗର ଭାଇ ପରି ହୋଇ
ସ୍ନେହ ଓଜାଡନ୍ତି ଘରେ।
ଝଙ୍କଡ଼ ବାସିନୀ ମାଆ ଶାରଳା ଙ୍କ
ଅଶେଷ କୃପା ସେଠାରେ ନିଶ୍ଚିତ
ବାନାମ୍ବର ନାମେ ଜନ୍ମିଥିଲେ ଭାଇ “କଟିକଟା” ଗ୍ରାମ ଠାରେ।
ସାନ ତାଙ୍କ ରବୀନ୍ଦ୍ରନାଥ ଯେ ଲକ୍ଷ୍ମଣ ରୂପରେ ରହି।
ବଡ଼ ଭାଇ ଅଟେ ବାନାମ୍ବର ଭାଇ
ଆଦର୍ଶ ଶିକ୍ଷକ ସେହି।
ଶିକ୍ଷକ ଜାତି ର ମଉଡମଣି ଯେ
ଶିକ୍ଷକ ମାନଙ୍କ ପାଇଁ
କେତେ ସ୍ନେହ ସେହି ପରଶି ଦିଅନ୍ତି
କଳନା ଯେ ହେବ ନାହିଁ।
ରବୀନ୍ଦ୍ର ଭାଇ ଙ୍କ ଜ୍ୟେଷ୍ଠ ଭ୍ରାତା
ହୋଇ ପଢ଼ାନ୍ତି ପାଠ ଅନେକ
ଗୁରୁ ଗୁରୁଜନ ଅଟନ୍ତି ସେ ଭାଇ
ବାନାମ୍ବର ନାମେ ବିଦିତ।
ଅନେକ ମଣିଷ ତିଆରି କରନ୍ତି
ଅଳକା ହାଇ ସ୍କୁଲ ରେ
ନାମ ରଖିଛନୂ ସେହି ଛାତ୍ରମାନେ
ଓଡ଼ିଶା ରାଜ୍ୟ ମଧ୍ୟରେ।
ନାହାନ୍ତି ସେ ଗୁରୁ ଏହି ମହୀ ଧାମେ
ଇହଲୀଳା କରି ତ୍ୟାଗ
ରବୀନ୍ଦ୍ର ଉପରେ ଦାୟିତ୍ଵ ଦେଇଣ
ଆର ରାଇଜ ରେ ଭୋଗ।
ରବୀନ୍ଦ୍ର ଭଳିଆ ସାନଭାଇ କେହି
ଜଗତ ଯାକରେ ନାହିଁ
ଶ୍ରାଦ୍ଧ ଉତ୍ସବ ରେ ଆଗଭର ହୋଇ
ଡାକନ୍ତି ବହୁ ଗୋସାଇଁ।
ହନୁମାନ ଯଜ୍ଞ , ଗୀତ ଯଜ୍ଞ ପୁଣି
ଭାଗବତ ହୁଏ ପାଠ
ଆତ୍ମାର ସଦ୍ଗତି ପୁରଣ ହୁଅଇ
କରନ୍ତି ସେ ଅନ୍ନ ଯଜ୍ଞ।
ଉତ୍ତରୀୟ ସଙ୍ଗେ ପୁଷ୍ପ ଗୂଛ ଦେଇ
ଅତିଥି ତୃପତି ଭାଇ
ଏଭଳି ଭାଇତ ଲକ୍ଷ୍ମଣ ଅଟନ୍ତି
ଏବେବି ଅଛନ୍ତି ରହି।
ମହାଭାରତ ର ଲକ୍ଷ୍ମଣ ପରିତ
କରନ୍ତି ସେବା ରବୀନ୍ଦ୍ର
ସତେ ଅବା ସେହି ସୂର୍ଯ୍ୟ ଙ୍କ
ସହିତ ମିଶି ଯାଇଛନ୍ତି ଇନ୍ଦ୍ର।
କୋଟି କୋଟି ଦଣ୍ଡବତ ରବୀନ୍ଦ୍ର ଙ୍କୁ
ଦେଖି ସେଇ ପୂଜ୍ୟ ପୂଜା
କଟିକଟା ଗ୍ରାମ ଉତ୍ସବ ମୁଖର
ସତେକି ପାଳନ୍ତି ପୂଜା।
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
