ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟ

ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପୀଡିତ ଜନ୍ମଜୟ ବେହେରା ଙ୍କୁ ଆର୍ଥିକ ସହାୟତା

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାମଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାମେକା ଗ୍ରାମର କର୍କଟ ରୋଗରେ ପୀଡିତ ଜନ୍ମଜୟ ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ସଂଗଠନ ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟ ।ସୂଚନା ଯୋଗ୍ୟ କି, ଅନିରୁଦ୍ଧ ବେହେରା ଓ ପ୍ରତିମା ବେହେରା ଙ୍କ ଏକମାତ୍ର ପୁଅ ଅନିରୁଦ୍ଧ ବେହେରା ବୟସ ୨୦ ବର୍ଷ ସେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି,ଓ ଭୂମିହୀନ ଅଟନ୍ତି। ଗତ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ବାପା ଜଣେ ଦିନ ମଜୁରିଆ ଯାହା ମୁଲ ମଜୁରୀ କରିକି ଦୁଇ ପଇସା ଆଣନ୍ତି ତାହା ଦୁଇ ଓଳି ଦୁଇ ମୁଠା ଖାଇବାକୁ ନିଅଣ୍ଟ | ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ସମାଜସେବୀ ଶ୍ରୀଯୁକ୍ତ ଉମାକାନ୍ତ ପରିଡାଙ୍କ ପରାମର୍ଶ କ୍ରମେ ସମ୍ପାଦକ ରାକେଶ ସୂତାର,ସହସମ୍ପାଦକ ବିଭୂତି ବେହେରା, କେଷାଧ୍ୟକ୍ଷ ଫକୀର ସାହୁ,ବରିଷ୍ଠ ଉପଦେଷ୍ଟା ପ୍ରହଲ୍ଲାଦ ସ୍ୱାଇଁ, ମନୋରଞ୍ଜନ ସାମନ୍ତରାୟ, ଉପସଭାପତି ବିକ୍ରମ କିଶୋର ରାଉତରାୟ,ସୁଶାନ୍ତ ନାୟକ,ମନୋଜ ଦାସ,ପ୍ରିତୀରଞ୍ଜନ ମହାରଣା,ତୃପ୍ତିରଞ୍ଜନ ସାମନ୍ତରାୟ,ବଳରାମ ବେହେରା,ମନୋଜ କୁମାର ମହାନ୍ତି ପ୍ରମୁଖ ଜନ୍ମଜୟ ବେହେରାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଏକ ମାସର ରାସନ ସାମଗ୍ରୀ ସହାୟତା ଦେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।ଏବଂ ସରାକାରଙ୍କ ପକ୍ଷରୁ କିପରି ପୁଅର ଚିକିତ୍ସା ନିମନ୍ତେ ସୁବିଧା ସୁଯୋଗ ମିଳିବ ସେ ଦିଗରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ଅନୁଷ୍ଠାନ ପକ୍ଷରୁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟ ର ବଦାନ୍ୟତା ପାଇଁ ଅନିରୁଦ୍ଧ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

Leave a Reply

Your email address will not be published. Required fields are marked *