ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ଚରମ୍ପା କଲେଜ ପକ୍ଷରୁ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା

ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ଚରମ୍ପା କଲେଜ ପକ୍ଷରୁ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ମୃତ୍ୟୁ ଘଟଣାରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଦଣ୍ଡ ବିଧାନ ହେଉନ୍ୟାୟ ପାଇଁ ସଙ୍ଘର୍ଷ ଜାରି ରହିବ: ଏବିଭିପିଏବିଭିପି, ଚରମ୍ପା ମହାବିଦ୍ୟାଳୟ ଶାଖା ପକ୍ଷରୁ ଏଫଏମ କଲେଜର ଛାତ୍ରୀ ତଥା ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ପାଇଁ କଲେଜ ପରିସରରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଆୟୋଜନ ହୋଇଥିଲା। କଲେଜ ପରିସରରେ ଥିବା ମଣ୍ଡପରେ ୰ ସୋମ୍ୟାଶ୍ରୀଙ୍କ ଫଟୋ ଚିତ୍ର ଆଗରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାମୁହିକ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଘଟିଥିବା ଅଭାବନୀୟ ଘଟଣାରେ ସମସ୍ତ ଅଭିଯୁକ୍ତ ମାନଙ୍କ ସହ ଯେଉଁ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡ଼ିର କର୍ମୀମାନେ ସ୍ବର୍ଗତ ଛାତ୍ରୀଙ୍କୁ ମାନସିକ ଭାବେ ବିଭିନ୍ନ ନିର୍ଯାତନା ଦେଉଥିଲେ ଏବଂ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର କରୁଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏବିଭିପି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଚରମ୍ପା କଲେଜର ଛାତ୍ର ନେତା ତଥା ବିଭାଗ ଏସଏଫଡି ସଂଯୋଜକ ଆୟୁଷ ପାଣିଗ୍ରାହୀ ଦାବି କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ଚରମ୍ପା କଲେଜର ଛାତ୍ର ନେତା ତଥା ଏବିଭିପିର ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ବିଶ୍ଵନାଥ ଲାହା, ଦେବୀ ପ୍ରସାଦ ଦାଶ, ସୁମିତ୍ରା ସେଠୀ, ନରହରି ମଲ୍ଲିକ, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ପୂଜା ଜେନା, ଚନ୍ଦନ କୁମାର ବେହେରା, ଚନ୍ଦନ ମିଶ୍ରଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *