ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ
ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ

ବ୍ୟକ୍ତିଗତ ବିକାଶ ମାଧ୍ୟମରେ ସମାଜକୁ ପରିବର୍ତ୍ତନ ଏବଂ ସମାଜ ପରିବର୍ତ୍ତନ ମାଧ୍ୟମରେ ରାଷ୍ଟ୍ରର ପୁନଃ ନିର୍ମାଣର ଲକ୍ଷ୍ୟ ନେଇ ସ୍ଥାପନା ହୋଇଥିବା ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସହିତ ଜିଲ୍ଲାର ଧାମନଗର ମହାବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଏବଂ ବାସୁଦେବପୁର ନଗରରେ ପତାକା ଉତ୍ତୋଳନ ହେବା ସହ ବୃକ୍ଷ ରୋପଣ କରାଯାଇଛି। ଭଦ୍ରକ କଲେଜରେ ଶତାଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପରିଷଦର ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁର୍ଗାଶଙ୍କର ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଛାତ୍ର ସମାଜର ଗୁରୁ ଭୂମିକା ରହୁ। ଦେଶ ଗଠନରେ କୌଣସି ଜଣେ ବିଦ୍ୟାର୍ଥୀର ଅଂଶୀଦାର କମି ରହି ନଯାଉ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ପତାକା ଉତ୍ତୋଳନ କରି ବିଦ୍ୟାର୍ଥୀ ପରିଷଦର ଗଠନ, ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟର ଛାତ୍ର ନେତା ତ୍ରିଲୋଚନ ବାରିକ, ଶୁଭମ୍ ପାଢ଼ୀ, ପ୍ରିତୀମା ପଣ୍ଡା, ସଂଗ୍ରାମ ଜେନା, ଶୁଭଶ୍ରୀ ଦେବର୍ଚ୍ଚନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚରମ୍ପା ମହାବିଦ୍ୟାଳୟ ପରିସରରେ ସଂଗଠନ ପକ୍ଷରୁ ପତାକା ଉତ୍ତୋଳନ ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଶ୍ଵନାଥ ଲାହା, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ସୁମିତ୍ରା ସେଠୀ ନେତୃତ୍ବ ନେଇଥିଲେ। ବାସୁଦେବପୁର ନଗରରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିଷଦର ପତାକା ଉତ୍ତୋଳନ ହୋଇଥିଲା। ଏଥିରେ ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଜିଲ୍ଲା ସହ ସଂଯୋଜିକା ପୂଜାରାଣୀ ମଲ୍ଲିକ, ଶୁଭମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମନଗର ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏଥିରେ ନଗର ସମ୍ପାଦକ ହିମାଂଶୁ ମହାରଣା, ସହ ସମ୍ପାଦକ ବିଶ୍ୱାସ ରଞ୍ଜନ ଜେନା ଏବଂ ଶୁଭମ୍ ପରିଡ଼ା, ଆଲୋକ ଦାସ ଓ ବରଦା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *