ସକାଳୁ ଭାଇ ହାତରେ ରାକ୍ଷୀ ବାନ୍ଧିଲା ସଂଦ୍ଧ୍ୟାରେ ଭାଇକୁ ମୁଖାଗ୍ନି ଦେଲା ଭଉଣୀ

ସକାଳୁ ଭାଇ ହାତରେ ରାକ୍ଷୀ ବାନ୍ଧିଲା ସଂଦ୍ଧ୍ୟାରେ ଭାଇକୁ ମୁଖାଗ୍ନି ଦେଲା ଭଉଣୀ।
ରଘୁନାଥପୁର ତା ୧୦/୮:-ରଘୁନାଥପୁର ଅଞ୍ଚଳରେ ଶନିବାର ସଂଦ୍ଧ୍ୟାରେ ଘଟିଯାଇଥିବା ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ରଘୁନାଥପୁର ବ୍ଲକ ଗୁଆଳିପୁର ଗ୍ରାମର ସିଦ୍ଧାର୍ଥ ମହାପାତ୍ର ଙ୍କ ଘଟଣାସ୍ଥଳରେ ମୣତ୍ୟୁଘଟିଥିଲା।ବିଳମ୍ବିତ ରାତ୍ରିରେ ଗ୍ରାମର ଏକ ଶୋକାକୂଳ ପରିବେଷ ମଧ୍ୟରେ ସିଦ୍ଧାର୍ଥ ଙ୍କ ର୍ଶେଷକୣତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।ସିଦ୍ଧାର୍ଥ ପରିବାର ଏକମାତ୍ର ପୁଅ ଥିବାବେଳେ ତାଙ୍କର ଗୋଟିଏ ସାନ ଭଉଣି ଅଛନ୍ଥି। ତେବେ ବିଡମ୍ବନା ର ବିଷୟ ଶନିବାର ରକ୍ଷାବନ୍ଧନ ଥିଲା ସକାଳୁ ଭଉଣୀ ସିଦ୍ଧାର୍ଥ ଙ୍କ ହାତରେ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ ହେଲେ ସଂନ୍ଧ୍ୟାରେ ଶଡକ ଦୁର୍ଘଟଣାରେ ଭାଇଙ୍କ ମୣତ୍ୟୁ ଖବର ପାଇ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା।ପରିବାରରେ ଅନ୍ୟକେହି ମୁଖାଗ୍ନି ଦେବାପାଇଁ ନଥିବାରୁ ତାଙ୍କ ଭଉଣୀ ମୁଖାଗ୍ନି ଦେଇଥିଲେ।ତେବେ ଶନିବାର ୪ ଜଣ ଯୁବକ ସଂଦ୍ଧ୍ୟାରେ ପାରାଦ୍ୱୀପ ଅଭିମୁଖେ ଏକ କାର ଯୋଗେ ଯାଉଥିବା ବେଳେ ସମ୍ମୁଖ ଆଡକୁ ଆସୁଥିବା ଏକଟ୍ରକସହ ମୁହାଁ ମୁହିଁ ଧକ୍ଳା ହୋଇଥିଲା।ଘଟଣା ସ୍ଥଳରେ ସିଦ୍ଧାର୍ଥ ଙ୍କ ମୣତ୍ୟୁ ଘଟିଥିବାଲା। ଅନ୍ୟ ୩ ଜଣ ଯୁବକ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ରେ ଚିକିତ୍ସା ଧିନ ଅଛନ୍ତି।ଏହି ଘଟଣାରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *