ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା
ପୁରୀ:- ବସ ଓ ବାଇକ ମଧ୍ୟରେ ଦୁର୍ଘଟଣା । ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା, ତିନି ବାଇକ ଆରୋହୀ ମୃତ, ଜଣେ ଗୁରୁତର। ସେମାନଙ୍କ ମଧ୍ୟରେ ଜଣେ 19 ବର୍ଷର ଯୁବକ ସମେତ ଜଣେ ଦମ୍ପତି ଅନ୍ତର୍ଭୁକ୍ତ। ମୃତକ ମାନେ ହେଲେ ଗଞ୍ଜାମ ଛତ୍ରପୁରର ସ୍ୱାମୀ ଶକ୍ତି ନିରଞ୍ଜନ ଦାସ, ସ୍ତ୍ରୀ ଗାୟତ୍ରୀ ଦାସ, ଓ ବାଇକ ଆରୋହୀ ପୁରୀ ହାଡ଼ଗୋଡ଼ିଆ ସାହିର ରାକେଶ କୁମାର ନନ୍ଦ। ଦୁର୍ଘଟଣା ଗ୍ରସ୍ତ ବସ ଓ ବାଇକ ପୁରୀ ବାସେଳୀ ସାହି ଥାନା ଦ୍ୱାରା ଜବତ।
