ଘାଟିତଳକୁ ଖସିଲା ମାଲ ବୋଝେଇ ପିକପ୍ ଭେନ ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାରିଙ୍ଗିବାଡ଼ି ଘାଟିରେ ବଡ଼ ପଥର ସେଲଫି ପଏଣ୍ଟ ରେ ଭାରସାମ୍ୟ ହରାଇ ଓଲଟିଲା ପିକପ ଭେନ୍।ଦୁଇ ଜଣ ଗୁରୁତର । ଗୁରୁତର ଦୁଇଜଣ ହେଲେ ସୋନୁ ମେଶରମ୍ ଓ ଅରୁଣ ମେଶରମ ଉଭୟ ରାୟପୁର ଅଞ୍ଚଳର। ତେବେ ଖବର ପାଇଁ ସୋରଡ଼ା ଅଗ୍ନିଶମବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିଥିବା ବେଳେଅନ୍ୟ ଜଣେ ଦୃଘଟଣା ଗାଡ଼ି ଭିତରେ ଚାପୀ ହୋଇ ରହିଥିବା ବେଳେ ଗାଡ଼ି କୁ କାଟି ଉକ୍ତ ଡ୍ରାଇଭର କୁ ଉଦ୍ଧାର କରିଛି ।ତେବେ ରାୟପୁର ରୁ ମହେନ୍ଦ୍ରଗଡ ଲଙ୍ଗଳ ବୋଝେଇ କରି ଯାଉଥିବା ବେଳେ ଏପରି ଘଟିଛି ।ତେବେ ଉଭୟ ଙ୍କ ଘର ରାୟପୁର ହୋଇଥିବା ବେଳେ ଉଭୟ ଙ୍କୁ ସୋରଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।ଘଟଣା ସ୍ଥଳରେ ସୋରଡା ପୋଲିସ ପହଞ୍ଚି ତଦନ୍ତ କରୁଚି।

Leave a Reply

Your email address will not be published. Required fields are marked *