ରାଜ୍ୟ ପାଣିପାଗ ସୂଚନା ଅନୁଯାୟୀ ଏବର୍ଷ ଶ୍ରୀଘ୍ର ମନସୁନ ଆସିଯାଇଛି

ରାଜ୍ୟ ପାଣିପାଗ ସୂଚନା ଅନୁଯାୟୀ ଏବର୍ଷ ଶ୍ରୀଘ୍ର ମନସୁନ ଆସିଯାଇଛି, ଏବଂ ଘନ ଘନ,ରାଜ୍ୟ ପାଣିପାଗ ବିଭାଗ ଏଣେ ସୂଚନା ଦେଉଛି କାଳ ବୈଶାଖୀ ସାଙ୍ଗକୁ କେତେ ବେଳେ ଲଗୁଚାପ ଜନିତ ବାତ୍ୟା ହେବାର ସୂଚନା ଦିନକୁ ଦିନ ଜାରି ରଖି ଛନ୍ତି.ଆଜି କଟକ ଯୋବ୍ରା ତାଳ ଦଣ୍ଡା କେନାଲ ନିକଟରେ ଲଗାଣ ବର୍ଷା ହେତୁ, ନିମ୍ନ ମାନର କାମ ଯୋଗୁଁ ରାସ୍ତାର ବର୍ଷା ଜଳ ପ୍ରବାହରେ ଘାଇ ସୃଷ୍ଟି ହୋଇଛି. ଯାହା ନବ ନିର୍ମିତ ସୌନ୍ଧର୍ଯ୍ୟ କରଣ ପାଇଁ ହୋଇଥିବା ଚଲା ପଥ କୁ ଧସି ଧୋଇ ଘାଇ କରି ଦେଇଛି. ତେଣେ କଟକ ର ପରିସ୍ଥିତି ବିଭିନ୍ନ ସାହି ବସ୍ତିରେ ପ୍ରାୟ ହୁଗୁଳା କାମ. ଯୋଗୁଁ ଅନେକ. ସାହି ବସ୍ତି ର ମୁଖ୍ୟ ମାର୍ଗ ସହ ଉଭୟପାର୍ଶ୍ଵ ଆଖ ପାଖ ଘର ଵର୍ତମାନ ବିପଦ ପୂର୍ଣ ଅବସ୍ଥାରେ. ସାହି ବସ୍ତିରେ ଚର୍ଚ୍ଚା ଯୋର ଧରୁଛି,ଯେଉଁ ସବୁ ଜାଇକା କାମରେ ଫିଲିଙ୍ଗ ହୋଇଛି,ତାହା ମଧ୍ୟ ନିମ୍ନ ମାନର ଅଧା ପାଇଁତରା କରି ଚାଲି ଯାଇଛନ୍ତି.ବିଗତ ବର୍ଷରେ ଏଭଳି ଅନେକ ହଠାତ ରାସ୍ତା ଦବି ଯିବାର ନଜିର ରହିଥିଲା. ଅନେକ ଥର ସିଏମସି ଅଧିକାରୀଙ୍କୁ ୱାର୍ଡ କାଉନସିଲର ଙ୍କୁ ଜଣାଇଥିଲେ ମଧ୍ୟ ସେପରି କିଛି ଖାସ ଆଖିଦୃଶିଆ ଫଳ ପ୍ରଦ ଏପର୍ଯ୍ୟନ୍ତ ହୋଇନାହିଁ.

Leave a Reply

Your email address will not be published. Required fields are marked *