ନୟାଗଡ଼ ଡିସିବି ବ୍ୟାଙ୍କର ପୂର୍ବତନ ପରିଚାଳକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ତୋଷାରପାତ ଅଭିଯୋଗ
ନୟାଗଡ଼ ବ୍ଲକ ଘଡୁଆଳ ଗ୍ରାମ ପଂଚାୟତ ଦୁର୍ଗାପ୍ରସାଦ ନିକଟସ୍ଥ ଡିସିବି ବ୍ୟାଙ୍କ ପୂର୍ବତନ ପରିଚାଳକ ହିମାଂଶୁ ଶେଖର ସ୍ୱାଇଁ ନାମରେ କୋଡିଏ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଉଠିଛି |ନୟାଗଡ ସହର ବାସିନ୍ଦା ସୁଧାଂଶୁ କେଶରୀ ପୃଷ୍ଟିଙ୍କ ପାଇଁ ରୃଣ କରାଇଦେବା ପାଇଁ କହି ନେଇ ଯାଇଥିବା ଶ୍ରୀଯୁକ୍ତ ପୃଷ୍ଟି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |ଏନେଇ ଉଭୟ ଦମ୍ପତି ଥାନାର ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ ମଧ୍ୟ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଧରି ହେଉ ନାହିଁ |ତେବେ ଥାନା କତୃପକ୍ଷ ଯଦି ଆଗାମୀ ଦିନରେ ଅଭିଯୁକ୍ତଙ୍କୁ ଧରିବାରେ ଯତ୍ନବାନ ନ ହୁଅନ୍ତି ତାହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଆତ୍ମହୁତି ଦେବେ ବୋଲି ପୃଷ୍ଟି ପ୍ରକାଶ କରିଛନ୍ତି |ବାରମ୍ବାର ନୋଟିସ ଘରେ ଲଗାଇବା ବାହାରୁ ଲୋକ ଲଗାଇ ଧମକ ଦେବା ଭଳି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଅଭିଯୋଗ କାରୀ ଦମ୍ପତି |
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ
