ସୋସିଆଲ ମିଡ଼ିଆରେ ଧମକପୂର୍ଣ୍ଣ ପୋଷ୍ଟ ଘଟଣାରେ ଅଭିଯୁକ୍ତ ଗିରଫ

ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୁରୀ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛି ପୁରୀର ପ୍ରତୀକ ମିଶ୍ର। ତେବେ ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ପ୍ରତୀକ ସୋସିଆଲ ମିଡିଆରେ ଜୁଲି ରାଣୀ ପଣ୍ଡା ନାମକ ଏକ ଆଇଡି ଖୋଲି ଖୁବଶୀଘ୍ର ଶ୍ରୀମନ୍ଦିରରେ ବୋମାମାଡ ହେବ ବୋଲି ପୋଷ୍ଟ କରିଥିଲା। କେବଳ ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳିମାଡ ହେବା ସହ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ହେବ ବୋଲି ଧମକପୂର୍ଣ୍ଣ ପୋଷ୍ଟ କରିଥିଲା। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ନେଇ ଏକ ଟିମ୍ ଗଠନ ହୋଇଥିଲା। ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଜୁଲି ରାଣୀ ପଣ୍ଡା ନାମକ ଜଣେ ମହିଳାଙ୍କ ମୋବାଇଲ ସିମ୍ ବାହାର କରି ଅଭିଯୁକ୍ତ ଗତ ୧୧ ତାରିଖରେ ଏକ ଫେକ୍ ଫେସବୁକ ଆଇଡି ଖୋଲିଥିଲା। ମହିଳାଙ୍କୁ ବଦନାମ କରିବା ପାଇଁ ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଅଭିଯୁକ୍ତ ଜଣକ ଏକ ଓ୍ବେବଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *