୭୫ବର୍ଷ ବୟସ ବୟସ୍କ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହେଲା ଅଭିଯୁକ୍ତ ।

ଦଶପଲ୍ଲା ; – ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଏକ ସାହିରେ ରହୁଥ‌ିବା ଜନୈକା ୭୫ ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ଥାନାରେ ଅଭିଯୋଗ କରିବାକୁ ଆସିଥିବା ବୃଦ୍ଧାଙ୍କ କଥାକୁ ଦଶପଲ୍ଲା ପୁଲିସ ଶୁଣିନଥିଲା। ଯାହାକୁ ନେଇ ବୃଦ୍ଧା ଜଣଜ ଦଶପଲ୍ଲାର ଜଣେ ବିଚାରପତିଙ୍କୁ ସାକ୍ଷାତ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ବିଚାରପତିଙ୍କ ପରାମର୍ଶ କ୍ରମେ ଘଟଣା ତାଲୁକ ଆଇନସେବାକୁ ଅବଗତ କରାଯାଇଥୁଲା । ଏନେଇ ବିଚାରପତି ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ପରେ ଦଶପଲ୍ଲା ଥାନା ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ବୃଦ୍ଧା ଜଣକ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଘଟଣାର ତଦନ୍ତଭାର ନୟାଗଡ଼ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ହାତକୁ ନେଇଥିବା ଜଣାପଡ଼ିଛି। । ବୁଧବାର ଦିନ ଏସ୍‌ଡିପିଓ ଦଶପଲ୍ଲା ଥାନାରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଥିବା ସୂଚନା ମିଳିଛି I ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଦଶପଲ୍ଲା ମାଳିସାହିର ଅଲେଖ ମହାରଣାଙ୍କୁ ପୁଲିସ ଅଟକ ରଖୁଥ‌ିବା ଜଣାପଡ଼ିଛି । ପ୍ରକାଶ ଥାଉକି , ଅଲେଖ ଦଶପଲ୍ଲା କଚେରୀ ବଜାରରେ ଏକ ହୋଟେଲ କରିଛନ୍ତି। ଗତ ୧୪ ତାରିଖ ଅପରାହ୍ନରେ ଅସହାୟ ବୃଦ୍ଧା ଜଣକ ତାଙ୍କ ଘରେ ଥ‌ିବାବେଳେ ଅଲେଖ ତାଙ୍କ ଘରକୁ ଯାଇଥିଲେ । ବୃଦ୍ଧାଙ୍କ ସହ ଜୋର ଜବରଦସ୍ତ କରିଥିଲେ । ଏନେଇ ଘଟଣା ଦିନ ବୃଦ୍ଧା ଆନାକୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ , ପୁଲିସ ତାଙ୍କକଥା ଶୁଣି ଥିବା ଅଭିଯୋଗ ହୋଇଛି । ପରେ ବିଚାରପତିଙ୍କ ହସ୍ତକ୍ଷେପ ପରେ ,ଥାନାରେ ମାମଲା ରୁକ୍ଲ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଦଶପଲ୍ଲା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏସ୍‌ଡିପିଓ ବାଣିଗୋଛା ଥାନା ଭାରପ୍ରାପ୍ତ ଅଧିକାରୀ ବିନୟ ରଞ୍ଜନ ପରିଡ଼ା, ନୂଆଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ଧରି ତଦନ୍ତ ଆଗକୁ ନେଇଥିବା ବେଳେ ଆଜି ଅପରାହ୍ନରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *