କନ୍ଧମାଳ ରେ ହତ୍ୟାବିଷମ କଟକ ରୁ ଅଭିଯୁକ୍ତ ଗିରଫ ।
କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ପୋଢମାରି ଗ୍ରାମର କ୍ୱାକ୍ ଅନିକ ପଟ୍ଟନାୟକ ଙ୍କୁ ଗତ ଅକ୍ଟୋବର ମାସ ୨୬ ତାରିଖରେ କାଠ ଫାଳିଆ ରେ ପିଟି ପିଟି ହତ୍ୟା କରିଥିବା ଘଟଣା ରେ ରାଇକିଆ ପୋଲିସ ପୂର୍ବ ରୁ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ କୁ ଧରିବା ସକାଶେ ତଦନ୍ତ ଜାରି ରଖିଥିଲା। ଦୀର୍ଘ ୬ ମାସ ପରେ ଆଉ ଜଣେ ଅଭିଯୁକ୍ତ କୁ ରାୟଗଡ଼ା ଜିଲା ବିଷମ କଟକ ରୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ। । ଅଭିଯୁକ୍ତ ଜଣକ ହେଲେ ଶେରଗଡ ସଡଙ୍ଗିପଲି ଗ୍ରାମ ର ତ୍ରିନାଥ ଗୌଡ଼ ଙ୍କ ପୁଅ ଅଜିତ ଗୈାଡ଼ ।
