କୋଣାର୍କରୁ ୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ଅଭିଯୁକ୍ତ କୋର୍ଟ ଚାଲାଣ

କୋଣାର୍କ ଥାନା ଭାରାପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ନେତୃତ୍ୱରେ ଏକ ଦଳ ମାଙ୍କରଗୋରଡି ଗ୍ରାମର ଏକ ମନ୍ଦିର ନିକଟରେ ଚଢ଼ାଉ କରି ନିଶା ବେପାରୀ ଦିଲ୍ଲୀପ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। କୋଣାର୍କ ଥାନା ପୋଲିସ କେସ ନଂ୧୩୭/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଥାନା ଅଧିକାରୀଙ୍କ ସମେତ ଏସଆଇ ଅଶୋକ କୁମାର ଦାଶ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *