ନାବାଳିକାକୁ ଅସଦାଚରଣ ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ ଯୁବକ

କାକଟପୁର- କାକଟପୁର ଥାନା ହରିଦାସପୁର ବାଲିସାହି ଗାଁରେ ମଙ୍ଗଳାବର ସକାଳ ୮ଟା ସମୟରେ ଜଣେ ନାବାଳିକା ଝିଅ ଏକ କୋଲଗେଟ୍ କିଣିବା ପାଇଁ ତାଙ୍କ ଗାଁ ଦୋକାନକୁ ଯାଉଥିବା ସମୟରେ, ସେହି ସମୟରେ ଛୋଟରାୟପୂର ଗାଁର ସନ୍ତୋଷ ନାୟକ (୩୦) ତାଙ୍କୁ ବେଆଇନ ଭାବରେ ସେଠାରେ ଅଟକାଇ ଏବଂ ତାଙ୍କ ମୁହଁରେ ରୁମାଲ ପକାଇ ଜୋରଜବରଦସ୍ତି ରାସ୍ତା କଡ଼ରୁ ଜଙ୍ଗଲ ଅଞ୍ଚଳକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ଅସଦାଚରଣ କରିଥିଲେ। ଏହା ପରେ ଯେତେବେଳେ ନାବାଳିକା ଜଣଙ୍କ ଚିତ୍କାର କଲେ, ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତ ଯୁବକ ତାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ବିଷୟରେ ନାବାଳିକା ମା କାକଟପୁର ଥାନାରେ ରିପୋର୍ଟ କରିଥିଲେ। ଅଭିଯୋଗ ପରେ ୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଯୁବକକୁ କାକଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ୍ ପକ୍ଷରୁ ୨୯୪/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ ପୂରୀ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *