ପୁରୀ ଆର୍ଟିଓ ଙ୍କ ଅଚାନକ ଚଢ଼ାଉ

– ଗତ ମଙ୍ଗଳବାର ରାତି ୧୧ ଟା ରେ ପୁରୀ ଆର ଟି ଓ ଏଵଂ ଏମ ଭି ଆଇ ଜିଲ୍ଲା ର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ୨୨ ଗୋଟି ଗାଡ଼ି କୁ ଚାଲାଣ କରିଥିବା ବେଳେ ୪ ଜଣ ମଦୁଆ ଚାଳକ ଙ୍କୁ କୋର୍ଟ ଚାଲାଣ କରିଛି l ଏହା ସହିତ ନକଲି ନମ୍ୱର୍ ପ୍ଲେଟ୍ ଲଗାଇ ଥିବା ଏକ ଗାଡି ଚାଳକ କୁ ବାଶାଲୀ ସାହି ଥାନା ରେ ଅଟକ ରଖିଥିଲେ l

ସମୁଦାୟ ୧ ଲକ୍ଷ ୮୬ ହଜାର ୭୦୩ ଟଙ୍କା ଫାଇନ ଆଦାୟ କରଯାଇଥିଲା l ଜିଲ୍ଲାପାଳ ସମ୍ମତ ବର୍ମା ଓ ଏସପି କୁନାଲ୍ ବିଶ୍ବାଳ ସିଂ ଙ୍କ ପରାମର୍ଶ କ୍ରମେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଆର ଟି ଓ ରବିନ୍ ପଟ୍ଟନାୟକ ଏମ ଭି ଆଇ ରାଜେଶ୍ ମହାପାତ୍ର ଙ୍କ ସହିତ ସମସ୍ତ କର୍ମଚାରୀ ସାମିଲ ଥିଲେ l ଜିଲ୍ଲା ର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆ କୁ ସୁଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନ କୁ ମାନି ଚଳିବାକୁ ନିବେଦନ କରିଛନ୍ତି l ଯା ଦ୍ବାରା କି ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *