ପୁରୀ ଆର ଟି ଓ ଙ୍କ ଅଚାନକ ଚଢ଼ାଉ

ପୁରୀ ଆର ଟି ଓ ଙ୍କ ଅଚାନକ ଚଢ଼ାଉ– ୧୨-୦୩- ଗତ ୦୧-୦୩- ୨୦୨୪ ରୁ ୧୧-୦୩ ଯାଏଁ ପୁରୀ ଆର ଟି ଓ , ଏମ ଭି ଆଇ ଓ ପୋଲିସ୍ ର ମିଳିତ ସହଯୋଗ ରେ ସଦମହକୁମାର ବାସେଳିସାହି ଥାନା ଅଞ୍ଚଳ ସମେତ ଜିଲ୍ଲା ର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ୨୯ ଜଣ ମାଦକ ଦ୍ରବ୍ଯ ସେବନ କରିଥିବା ଚାଳକ ଙ୍କ ଗାଡ଼ି କୁ ଜବତ କରି ଚାଲାଣ କରିଥିବା ବେଳେ ମଦୁଆ ଚାଳକ ଙ୍କୁ କୋର୍ଟ ଚାଲାଣ କରିଛି l ସମୁଦାୟ ୩୯ ଲକ୍ଷ ୯୬ ହଜାର ୫୦୮ ଟଙ୍କା ଫାଇନ ଆଦାୟ କରଯାଇଥିଲା l

ବିନା ହେଲମେଟ ରେ ୧୪୭ ଜଣ, ମୋବାଇଲ ୟୁଜର ଙ୍କୁ ୪ ଜଣ, ଅନ୍ୟାନ୍ୟ କେଶ ରେ ୨୫୭ ଜଣ ଙ୍କ ସମେତ ସମୁଦାୟ ୬୪୨ ଗୋଟି ଚାଲାଣ କରାଯାଇଥିବା ଜଣା ଯାଇଛି l ବିଭାଗୀୟ କମିଶନର ଅମିତାଭ ଠାକୁର ଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ପରାମର୍ଶ ଓ ତତ୍ତ୍ଵl ବଧlନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଆର ଟି ଓ ରବିନ୍ ପଟ୍ଟନାୟକ ଏମ ଭି ଆଇ ରାଜେଶ୍ କୁମାର ମହାପାତ୍ର , ସହକାରୀ ଏମ ଭି ଆଇ ଅମିତ୍ କୁମାର୍ ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ପାତ୍ର ଙ୍କ ସହିତ ପୁରୀ ଆଞ୍ଚଳିକ ପରିବହନ ବିଭାଗ ର ସମସ୍ତ କର୍ମଚାରୀ ସାମିଲ ଥିଲେ l ଆଗକୁ ଜିଲ୍ଲା ର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆ କୁ ସୁଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନ କୁ ମାନି ଚଳିବାକୁ ନିବେଦନ କରିଛନ୍ତି l ଯାହା ଦ୍ବାରା ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *