ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ଟାର୍ଗେଟରେ ଆକସନ୍ ମୋଡ଼ରେ ଖଜୁରୀପଡ଼ା ଫରେଷ୍ଟର

ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ଟାର୍ଗେଟରେ ଆକସନ୍ ମୋଡ଼ରେ ଖଜୁରୀପଡ଼ା ଫରେଷ୍ଟର।ଫୁଲବାଣୀ:ନିପ୍ର:-୧୭/୧୨ ଜଙ୍ଗଲ ସମ୍ପଦ ସୁରକ୍ଷିତ ରହିଲେ ମାନବ ସମାଜ ସୁରକ୍ଷିତ ରହିବେ। ଜଙ୍ଗଲର ବୃକ୍ଷଲତାରେ ବହୁ ଗୁଣର ଔଷଧ ଭର୍ତ୍ତି ହୋଇ ରହିଛି। ଯାହାକି ମନୁଷ୍ୟ ପାଇଁ ଅନେକ ମୂଲ୍ୟବାନ। ଖାଲି ସେତିକି ନୁହେଁ ଜଙ୍ଗଲର ବୃକ୍ଷଲତା ପାଇଁ ମଣିଷ ବହୁ ଅମ୍ଳଜାନ ପାଇ ପାରୁଛି। ଅମ୍ଳଜାନ ନ ହେଲେ ମଣିଷ ବଞ୍ଚି ରହି ପାରିବ ନାହିଁ। ସେହିଭଳି ଜଙ୍ଗଲ ଜନ୍ତୁ , ଯାହାକୁ କୁହାଯାଏ ବନ୍ୟପ୍ରାଣୀ ସେମାନେ ମଧ୍ୟ ସୁରକ୍ଷିତ ରହିବା ମାନବ ସମାଜ ପାଇଁ ଜରୁରୀ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ବନ୍ୟପ୍ରାଣୀ ସୁରକ୍ଷିତ ରହିଲେ (ଇକୋ ଲଜିକାଲ ବାଲାନ୍ସ ରହିବ) ତାହା ହେଲା ଜୈବ ବିବିଧତା ଭାରସାମ୍ୟ ସ୍ଥିର ରହିବ । ଏହା ହେଲେ ସମାଜ ସନ୍ତୁଳନ ରହିବ। ତେଣୁ ଜଙ୍ଗଲ ଓ ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ସମ୍ବିଧାନରେ ସ୍ଵତନ୍ତ୍ର ଭାବେ ଆଇନ୍ ରଖାଯାଇ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରଖାଯାଇଛି ଯାହାକି ବନ ବିଭାଗ ବୋଲି ସମସ୍ତେ ଜାଣନ୍ତି। ଏହି ବିଭାଗରେ ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ଅଧିକାରୀ କର୍ମଚାରୀ ନିଯୁକ୍ତି ଦିଆଯାଇ ସେମାନଙ୍କୁ ମୋଟା ଅଙ୍କରେ ବେତନ ପ୍ରଦାନ କରାଯାଉଛି ଓ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ ସମସ୍ତ ବନ ଅଧିକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିପ୍ରେକ୍ଷୀରେ ବିଭାଗର ନୀତି ନିୟମ ଓ କଡ଼ା ନିର୍ଦ୍ଦେଶକୁ ଆନ୍ତରିକତା ସହିତ ଗ୍ରହଣ କରି ନିଜର ଭୂମିକା ଓ କର୍ତ୍ତବ୍ୟ ଉପରେ ଗୁରୁତ୍ବ ଦେଇ ଜଙ୍ଗଲକୁ ଓ ଜଙ୍ଗଲ ଜନ୍ତୁ କୁ ସୁରକ୍ଷା ରଖିବା ପାଇଁ ଜଙ୍ଗଲ ମାଫିଆ ଏବଂଶିକାରୀଙ୍କ ଟାର୍ଗେଟରେ ସମ୍ପୂର୍ଣ୍ଣ ଆକସନ୍ ମୋଡ଼ରେ ରହିଥିବା ଦେଖିବକୁ ମିଳିଛି ଖଜୁରୀପଡ଼ା ଫରେଷ୍ଟର ପ୍ରତାପ କୁମାର ଜୁଣ୍ଡି ଙ୍କୁ।ଖବର ରୁ ଜଣାପଡ଼ିଛି ଯେ ପ୍ରତାପ କୁମାର ଜୁଣ୍ଡି ଫରେଷ୍ଟ ଗାର୍ଡରୁ ଯେଉଁ ଦିନଠାରୁ ଫରେଷ୍ଟର ଭାବେ ପଦୋନ୍ନତି ହୋଇ ଖଜୁରୀପଡ଼ା ସେକସନ୍ ଦାୟିତ୍ଵ ଗ୍ରହଣ କଲେ ସେଇ ଦିନ ଠାରୁ ବିର ଦର୍ପରେ ଅଣ୍ଟାଭିଡ଼ି ତାଙ୍କ ଅଧିନରେ ଥିବା ସମସ୍ତ ଜଙ୍ଗଲ ଗୁଡ଼ିକୁ ଘନ ଘନ ଗସ୍ତ କରି ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ବୋଲି ଅଞ୍ଚଳର କିଛି ବୁଦ୍ଧିଜୀବି ଙ୍କ ଠାରୁ ଶୁଣିବାକୁ ମିଳୁଛି। ଦଳପଡ଼ା,ଆରାପାଜୁ,ଖଜୁରୀପଡ଼ା,ଦୁଟିମେଣ୍ଡି,ଆର୍ ନୂଆଗାଁ ଭଳି ପଞ୍ଚାୟତର ବିଭିନ୍ନ ଘଞ୍ଚ ଜଙ୍ଗଲ। ଏହି ସବୁ ଜଙ୍ଗଲ ଗୁଡ଼ିକରେ ଯେମିତି ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ନ ବଢ଼ୁ। ସେନେଇ ଆକସନ୍ ମୋଡ଼ ରେ ରହୁଥିବା ତଦନ୍ତ ସୂତ୍ରରୁ ଜଣାପଡିଛି। ଖାଲି ସେତିକି ନୁହେଁ ଫରେଷ୍ଟର ଶ୍ରୀ ଜୁଣ୍ଡିି ନିଜ କର୍ମଚାରୀ ଟିମଙ୍କ ସହିତ ଅପହଞ୍ଚ ଇଲାକା ଗାଁ ଗୁଡ଼ିକୁ ଯାଇ ସେହି ଗାଁର ଲୋକଙ୍କ ସାଥିରେ ସୁସମ୍ପର୍କ ସ୍ଥାପନ କରି ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଉପରେ ଜନ ସଚେତନତା କରିବାରେ ମଧ୍ଯ ପଛାଇ ନଥିବା ଦେଖିବକୁ ମିଳିଛି। ତାଙ୍କର ଏଭଳି କାର୍ଯ୍ୟକଳାପ ଉପରେ ଗ୍ରାମବାସୀ ଙ୍କ ମଧ୍ୟ ବେଶ୍ ଉତ୍ସାହ ବଢ଼ିଥିବା ଲୋକଙ୍କ ପାଟିରୁ ଶୁଣିବାକୁ ମିଳିଛି। ଏ ନେଇ ଫରେଷ୍ଟର ପ୍ରତାପ କୁମାର ଜୁଣ୍ଡିିି ଙ୍କ ପ୍ରତିକ୍ରିୟା ନେବାରୁ ସରକାରଏତେ ନିଯୁକ୍ତି ଦେଇଛନ୍ତି ମୋ ବିଭାଗ ମତେ ଯାହା ଦାୟିତ୍ଵ ଦେଇଛନ୍ତି ତାକୁ ନିଷ୍ଠାର ସହିତ ପାଳନ କରିବାକୁ ପଡ଼ିବ ତେଣୁ ମୁଁ ସମ୍ଭବ ଅନୁଯାୟୀ କର୍ତ୍ତବ୍ୟ କରୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *