ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଅଧ୍ୟକ୍ଷା ଭାବେ ସନ୍ଧ୍ୟାରାଣୀ ରଥ ମନୋନୀତ

ତା -23.10.2025 ଜାତୀୟ ସ୍ତରରୁ ଜିଲ୍ଲା ସ୍ତରର ଗ୍ରାମଞ୍ଚଳର ପର୍ଯ୍ୟତ ପ୍ରତିଦିନ ଉପଭୋକ୍ତା ବା ଗ୍ରାହକ ମାନଙ୍କର ବିବିଧ ସମସ୍ୟା ଯଥା ଠକଇର ଶିକାର ଶୋଷଣ ଅପମିଶ୍ରଣ ଇତ୍ୟାଦି ବିରୁଦ୍ଧରେ ଉପଭୋକ୍ତା ମାନଙ୍କୁ ନ୍ୟାୟ ଦେବା ପାଇଁ ଅଖିଳ ଭାରତ ଗ୍ରାହକ କଲ୍ୟାଣ ପରିଷଦ ନିରନ୍ତର ଭବେ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନୁଭବି ତଥା କାର୍ଯ୍ୟ ନିଷ୍ଠତା ବ୍ୟକ୍ତି ବିଶେଷଙ୍କୁ ପଦ ପଦବୀରେ ମନୋନୟକ କରାଯାଇ ପରିଷଦ ତାର କାର୍ଯ୍ୟକ୍ରମଙ୍କୁ ସଫଳ ଭାବରେ ରୂପାୟନ କରି ଆସୁଛି। ରାଜ୍ୟ ମହିଳା ଶାଖାର ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ନେସନାଲ କମିଟି କୁ ନେବା ପରେ ସନ୍ଧ୍ୟାରାଣୀ ରଥ ଙ୍କୁ ରାଜ୍ୟ ମହିଳା ସଭାପତି ଦାୟିତ୍ଵ ତୁଲଇବା ପାଇଁ ଓଡ଼ିଶା ପୁରୁଷ ରାଜ୍ୟ ସଭାପତି ଓକିଲ ଶ୍ରୀ ଜଗବନ୍ଧୁ ସରାପ ମନୋନୀତ କରାଇ ନେସନାଲ କମିଟି କୁ ସୁପାରିଶ କରିଥିଲେ। ତାଙ୍କର କାର୍ଯ୍ୟ ଦେଖି ନେସନାଲ କମିଟି ସଭାପତି ବିଖ୍ୟାତ ସେନାଇ ଓ ଜେନେରାଲ ପ୍ରିନ୍ସିପାଲ ସେକ୍ରେଟାରୀ ଦେବେନ୍ଦ୍ର ତିୱାରୀ ସନ୍ଧ୍ୟାରଣୀ ରଥ ଙ୍କୁ ଓଡ଼ିଶା ମହିଳା ବିଭାଗର ସଭାପତି ପଦ ପାଇଁ ମନୋନୀତ କରିଛନ୍ତି।ଶ୍ରୀମତି ସନ୍ଧ୍ୟାରାଣୀ ରଥଙ୍କ ମନୋନୟଙ୍କୁ ପୁରୀ ଜିଲ୍ଲା ସମେତ ସମସ୍ତ ଓଡ଼ିଶା ର କର୍ମୀ ଓ ବୁଦ୍ଧିଜିବୀ ମାନେ କୃତଜ୍ଞତା ସହ ଅଭିନଦନ ଜଣାଇଛନ୍ତି ଓ ପୁରୁଷ ରାଜ୍ୟ ସଭାପତି ମଧ୍ୟ୍ୟ କୃତଜ୍ଞତା ସହ ଅଭିନନ୍ଦନ ଜଣାଇଛନ୍ତି।।

Leave a Reply

Your email address will not be published. Required fields are marked *