ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟରେ ନୃତନ ତହସିଲଦାର ଯୋଗଦାନ

ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟରେ ନୃତନ ତହସିଲଦାର ଯୋଗଦାନ ।ଗୋଲାମୁଣ୍ଡା ତା୨୩/୩ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଚନ୍ଦନ କୁମାର ନାଏକ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ମାଳକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ତହସିଲଦାର ରୂପେ କାର୍ଯ୍ୟ ତୁଲାଉଥିଲେ । ଗୋଳାମୁଣ୍ଡା ତହସିଲଦାର ଅଶୋକ କୁମାର ପଟ୍ଟନାୟକଙ୍କ ବଦଳିହେବା ପରେ ତହସିଲ କାର୍ଯ୍ୟାଳୟରେ ଖାଲି ପଡିଥିଲା । ଗତ ତା ୧୧/୩/୨୪ ରିଖ ଦିନରେ ଶ୍ରୀ ନାଏକ ନୂତନ ତହସିଲଦାର ରୂପେ ଯୋଗଦାନ କରିଥିଲେ । ଆଜି

ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘର ଗଣମାଧ୍ୟମ ପ୍ରତିନିଧି ଦଳ ଶ୍ରୀ ନାଏକଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଉକ୍ତ ସାକ୍ଷାତ କାରରେ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଶ୍ରୀ ନାଏକ କହିଥିଲେ । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ରେ ଜନକଲ୍ୟାଣ ସାମ୍ବାଦିକ ସଙ୍ଘର ସଭାପତି ରାମ କୁମାର ସେନାପତି, ଉପ ସଭାପତି ଲବଜି ପଟେଲ, ସମ୍ପାଦକ ଈଶ୍ୱର ପଟେଲ, ଜନ୍ମେଜୟ ନାଏକ,ପ୍ରିୟକୃଷ୍ଣ ପଟେଲ, ସରୋଜ ମୁଣ୍ଡ, କପୂରର୍ଚନ ସେଠିଆ, ବିଶିକେଶନ ଜ୍ୟୋତିଷ,କୃଷ୍ଣ ମହାନନ୍ଦ, ସୁରେନ୍ଦ୍ର କୁମାର ଭୋଇ,ମହେନ୍ଦ୍ର ଦାସ, ପୂର୍ଣ୍ଣ ଚନ୍ଦ୍ର ସରାପ, ଧନେଶ୍ଵର ଭାଟି,ପିତାମ୍ବର ବେହେରା, ଖୀରସିନ୍ଧୁ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *