ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ ସଂଯୋଗ ।

ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୬:ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ତେଜସ ରାଜଧାନୀ ଏକ୍ସପ୍ରେସ ସମେତ କିଛି ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବରେ କୋଚ୍ ବୃଦ୍ଧି କରିଛି।ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୨୨୮୨୩) ରେ, ୨୩ ଜାନୁଆରୀ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୨-ଟାୟାର କୋଚ୍ ସଂଯୋଗ କରାଯିବ।ସେହିପରି, ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୨୨୮୨୪) ରେ , ୨୪ ଜାନୁଆରୀ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୨-ଟାୟାର କୋଚ୍ ସଂଯୋଗ କରାଯିବ।ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୮୪୪୭) ରେ, ୨୪ ଜାନୁଆରୀ ରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ, ଯାହା ଅଧିକ ଚାହିଦା ସମୟରେ ଅତିରିକ୍ତ ଆରାମ ପ୍ରଦାନ କରିବ ।ସେହିପରି, ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୮୪୪୮) ରେ, ୨୫ ଜାନୁଆରୀରୁ ୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ କ୍ଲାସ କୋଚ୍ ସଂଯୋଗ କରାଯିବ।ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୨୭୮) ରେ, ୨୨ ଜାନୁଆରୀରୁ ୨୭ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।ସେହିପରି, ହାଓଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୨୭୭) ରେ, ୨୨ ଜାନୁଆରୀରୁ ୨୭ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଚେୟାର କାର କୋଚ୍ ସଂଯୋଗ କରାଯିବ।ପୂର୍ବ ତଟ ରେଳପଥ ଆବଶ୍ୟକ ସ୍ଥାନରେ କୋଚ୍ ସଂଯୋଗ କରି ଏବଂବ୍ୟସ୍ତବହୁଳ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରି ଯାତ୍ରୀ ସୁବିଧା ବୃଦ୍ଧି କରିବାକୁ ପ୍ରତିବଦ୍ଧ। ଯାତ୍ରୀମାନେ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିପାରିବେ ଏବଂ ବର୍ଦ୍ଧିତ ସୁବିଧାର ଲାଭ ଉଠାଇପାରିବେ।

Leave a Reply

Your email address will not be published. Required fields are marked *