ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ନିଶା ମୁକ୍ତ ଭାରତ ଗଠନ ସମ୍ପର୍କିତ ମାରାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ରାଜ୍ୟ କ୍ରୀଡ଼ା, ଯୁବ ସେବା ବିଭାଗ ଏଵଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ନିଶା ମୁକ୍ତ ଭାରତ ଗଠନ ସମ୍ପର୍କିତ ମାରାଥନ କାର୍ଯ୍ୟକ୍ରମ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ନଗର ପରିକ୍ରମା କରି ଏକ ସୁସ୍ଥ ସମାଜ ଗଠନ କରିବା ସହ ନିଶା ସେବନ ରୁ ଦୂରରେ ରହି ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ଜନ ସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ।

ଏଇ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ୟାମଳ ରାୟ, କ୍ରୀଡ଼ା ବିଭାଗ ଓଏସଡି ରମେଶ ମହାନ୍ତି, ସମାଜ ସେବୀ ଅତିଶ୍ ବେହେରା, କ୍ରୀଡାବିତ୍ ମନୋଜ ସାହୁ ପ୍ରମୁଖ ଯୋଗ ଦେଇ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *