ଅତିରିକ୍ତ ଜିଲ୍ଲାପାଳ ଙ୍କ ବହୁମୁଖୀ ଆଶ୍ରୟ ସ୍ଥଳ ପରିଦର୍ଶନ
ପୁରୀ ୧୭.୦୨ଆଜି ଅପରାହ୍ନ ରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ବ୍ରହ୍ମଗିରିର ବିଡିଓ ମନୀଷା ଷଡ଼ଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ବ୍ରହ୍ମଗିରି ବ୍ଲକର ମୋଟ ଏବଂ ସାତିକପୁର ଗ୍ରାମ ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ ସାତିକପୁର ର ବହୁମୁଖୀ ସାଇକ୍ଲୋନ୍ ଆଶ୍ରୟସ୍ଥଳ ବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ (MCS) ର ମରାମତି କାର୍ଯ୍ୟ ଯାଞ୍ଚ କରିଥିଲେ।

ଏହା ସହିତ, ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ଚିହ୍ନଟ କାର୍ଯ୍ୟକ୍ରମ (TRRP) ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।ପରେ ଶ୍ରୀ ବେହେରା ସୁନାମି ସଚେତନତା ସମ୍ପର୍କରେ ସମ୍ପ୍ରଦାୟ ସଦସ୍ୟ,ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ଏବଂ ମୋଟ ଗ୍ରାମରେ ସୁନାମି ସାଇନେଜ ସ୍ଥାପନ ମଧ୍ୟ ଯାଞ୍ଚ କରିଥିଲେ।
