ମିଶନଶକ୍ତି ବିଭାଗ ଅତିରିକ୍ତ ସଚିବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ
ନବରଙ୍ଗପୁର :ତା ୦୮.୦୧.୨୦୨୬ଆଜି ଓଡ଼ିଶା ସରକାର ମିଶନ ଶକ୍ତି ବିଭାଗ ଅତିରିକ୍ତ ସଚିବ ଜ୍ୟୋତି ଶଙ୍କର ମହାପାତ୍ର ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରିଛନ୍ତି। ସକାଳ ୧୦ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ରେ ଓଏଲଏମ ଓ ମିଶନ ଶକ୍ତି ଯୋଜନାର ସମସ୍ତ ପ୍ରମୁଖ ପାରାମିଟର ଉପରେ ସମୀକ୍ଷା କରିଥିଲେ।

ଏହି ସମୀକ୍ଷା ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା -କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ମିଶନ ଶକ୍ତି ବିଭାଗର ଅଡିଟ୍ ଅଧିକାରୀ ଦୀପକ କୁମାର କାହାଲୀ, ବ୍ଲକ ଉନ୍ନୟନ ଅଧିକାରୀ କୋଷାଗୁମୁଡା ଆଶିଷ ତ୍ରିପାଠୀ, ଡିପିଏମ (ଓଏଲଏମ), ଡିପିସି (ମିଶନ ଶକ୍ତି) ସହ ସମସ୍ତ ବ୍ଲକ ସ୍ତରୀୟ ମିଶନ ଶକ୍ତି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଅପରାହ୍ନ ୧ ଘଣ୍ଟା ସମୟରେ ସେ କୋଷାଗୁମୁଡା ବ୍ଲକସ୍ଥିତ ଲିମ୍ବଭଟା ଗ୍ରାମ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଦ୍ୱାରା ପରିଚାଳିତ ଧାନରେ ତିଆରି ବିଭିନ୍ନ ହସ୍ତଶିଳ୍ପ କାର୍ଯ୍ୟକଳାପ କୁ ଦେଖିଥିଲେ। ପରେ ରାଜୋଡା ଗ୍ରାମ ପଞ୍ଚାୟତରେ ସ୍ୱୟଂ ସହାୟକ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ରିଟେଲ ମାର୍ଟ ଦେଖିଥିଲେ। ତାପରେ କୋଷାଗୁମୁଡା ବ୍ଲକସ୍ଥିତ ମିଶନ ଶକ୍ତି କାଫେ ପରିଦର୍ଶନ କରି ବ୍ଲକ ସ୍ତରୀୟ ମହାସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
