ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର: ରାଜ୍ୟର କୌଣସି ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ଆଉ ବାଧ୍ୟତାମୂଳକ ନୁହେଁ । ଏ ସମ୍ବନ୍ଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରିଛନ୍ତି ।
ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ଏବେବି ନାମଲେଖା ଜାରି ରହିଛି । କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବାର ନଜରକୁ ଆସିଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ ବିନା ନାମଲେଖା ହୋଇ ପାରିବ ବୋଲି ଗଣଶିକ୍ଷାସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି କରିଛନ୍ତି ।
ସଚିବ ଚିଠିରେ ଲେଖିଛନ୍ତି ଯେ ନାମଲେଖା ପାଇଁ ଆଧାରକାର୍ଡ ଆବଶ୍ୟକ ନୁହେଁ । ନାମଲେଖା ପରେ ଛାତ୍ରଛାତ୍ରୀ ଜିଲ୍ଲାର ଅଧିକାରୀଙ୍କୁ ଯୋଗାଯୋଗ କରି ଆଧାର କାର୍ଡ ସଂଗ୍ରହ କରି ପାରିବେ । ଏନେଇ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇବାକୁ ଡିଇଓଙ୍କୁ ଚିଠି କରିଛନ୍ତି ବିଭାଗୀୟ ସଚିବ ।
