ଆଦିକବିସାରଳାଦାସ ଜୟନ୍ତୀ ଓ ପଣ୍ଡିତ ନୀଳକଣ୍ଠଙ୍କ ପୁଣ୍ୟ ତିଥି ପାଳିତ l

ନୀଳକଣ୍ଠଙ୍କ ପତିତପାବନ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସର୍ବୋଦୟ ନଗରର ସାଇ ମନ୍ଦିର ସନ୍ନିକଟ ଶଙ୍କର ଭବନରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ 58 ତମ ଶ୍ରlଦ୍ଧବାର୍ଷିକ ଶଙ୍କର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ କବି, ରାଜିନୀତିଜ୍ଞ ତଥା ସମାଜ ସେବୀ ଶଙ୍କର ପରିଡାଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ମୃତି ଚାରଣ କରାଯାଇଥିଲା l ଏହି ସଭାରେ ପତିତପାବନ ସାହିତ୍ୟ ସଂସଦର ସଭlପତି ପ୍ରାଧ୍ୟାପକ ବଳରାମ ଦାଶ ଡ଼. ବଳରାମ ଦାଶ ଅଧ୍ୟକ୍ଷତା କରି କହିଲେ ସାରଳା ଦାସ ଥିଲେ ଓଡ଼ିଆ ଜାତିସ୍ମର l ଓଡ଼ିଆ ମହା ଭାରତ, ଵିଲଙ୍କା ରାମାୟଣ, ଲଷ୍ମୀନାରାୟଣ ବଚନିକlଓ ଚଣ୍ଡୀ ପୁରାଣ ଲେଖି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି l ପଣ୍ଡିତ ନୀଳକଣ୍ଠ ମଧ୍ୟ କୋଣାର୍କ କାବ୍ୟ ଦାସ ନାୟକ ଓ ଅନ୍ୟାନ୍ୟ କାବ୍ୟ ରଚନା କରି,, ଓଡ଼ିଆ ସାହିତ୍ୟରେ ଚହଳ ସୃଷ୍ଟି କରି ଯଶ୍ଵସୀ ହୋଇଛନ୍ତି l ମୁଖ୍ୟ ଅତିଥିରୂପେ ପ୍ରଫେସର scs college ର ପୂର୍ବତ୍ତନ ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ କହିଲେ ଉଭୟ ସାହିତ୍ୟିକ ପଣ୍ଡିତ ନୀଳକଣ୍ଠ ଓ କବି ସାରଳା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଜଗତକୁ ସାରସ୍ୱତ କୃତି ମlଧ୍ୟମରେ ଓଡ଼ିଆ ସାହିତ୍ୟ ର ବିକାଶ ରେ ପ୍ରମୁଖ ଭୂମିକା ଗ୍ରହଣ କରି ଓଡ଼ିଆ ସାହିତ୍ୟକୁ ଧନ୍ୟ କରିଛନ୍ତି l ମୁଖ୍ୟ ବକ୍ତା ରୁପେ ଇଂଜିନିୟର ଗିରିଜା ଶଙ୍କର ପାଢ଼ୀ ଯୋଗଦେଇ କହିଲେ,ସତ୍ୟ ବାଦୀ ବନ ବିଦ୍ୟାଳୟ ଥିଲ l ନୀଳକଣ୍ଠ ଙ୍କର ସାଧନାର ପୀଠ l ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଈଁ ଓ ଡିଆ ସାହିତ୍ୟର କ୍ରମ ପରିଣାମ ପୁସ୍ତକ ଲେଖି ସ୍ମରଣୀୟ ହୋଇ ରହିଛନ୍ତି l ସମ୍ମାନୀତ ଅତିଥି ରୁପେ ଅଧ୍ୟକ୍ଷ ଡ଼. କମଳକମଳା କାନ୍ତ ମିଶ୍ର, ଡ. ସ୍ମିତା ଦାସ ସମାଜ ସେବୀ ବାସୁଦେବ ସାହୁ, ଇଞ୍ଜିନିଅର ମୀନକେତନ ମିଶ୍ର ଯୋଗଦେଇ କବି ସାରଳା ଦାସ ଙ୍କ ରଚିତ କୃତି ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନକରି ଓଡ଼ିଆ ସାହିତ୍ୟ ର ବିକାଶରେ ଉଭୟେ ପ୍ରମୁଖ ବିନ୍ଧାଣି ବୋଲି ପ୍ରତିପାଦନ କରିଥିଲେ l ଧନ୍ୟବାଦ ପ୍ରଦାନ କରିଥିଲେ ସମ୍ପାଦକ ଆଧ୍ୟାପକ ପଣ୍ଡିତ ଦୟାନିଧି ପଣ୍ଡା l ଅନ୍ୟମାନଙ୍କ ମଧ୍ୟରେ ଡ଼. ଶଶୀକାନ୍ତ ରଥ, ରମେଶ ପ୍ରସାଦ ସିଂ, ଅନ୍ନପୂର୍ଣ୍ଣା ରଥ, ଗୌରୀ ଦେବି, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *