ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ପାଳନ

କାଶୀପୁର , ୮ ମାର୍ଚ୍ଚ ୨୦୨୬: କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ , ଯାହା ହିନ୍ଦାଲକୋ ଇଣ୍ଡଷ୍ଟ୍ରିଏସ ଲିମିଟେଡ଼ ଓ ଆଦିତ୍ୟ ବିର୍ଲା ଗ୍ରୁପ ର ଅଧୀନରେ ପରିଚାଳିତ, ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ କୁ “#GiveToGain” ଥିମ୍ ଅନୁସାରେ ବହୁତ ଉତ୍ସାହର ସହିତ ପାଳନ କରିଛି। ଏହି କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ ହୋଇଥିଲେ । ଏଥିରେ କାରଖାନାର ମହିଳା କର୍ମଚାରୀ, ପାଖପାଖି ଅଞ୍ଚଳର ମହିଳାମାନେ ଓ କର୍ମଚାରୀଙ୍କ ଧର୍ମପତ୍ନୀ ମାନେ ଅଂଶ ନେଇଥିଲେ। ଏହି ଅବସର ମହିଳାମାନଙ୍କ ଶକ୍ତି, ନେତୃତ୍ୱ ଓ ସମାଜ ପାଇଁ ତାଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏକ ସୁନ୍ଦର ମଞ୍ଚ ହୋଇଥିଲା।ଏହି ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଭାରତର ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ , ଭାରତୀୟ ସେନାର ଅଧିକାରୀ କଲ. ଶ୍ୱଇତା ପ୍ରଭାତୀ , ଏବଂ ସାମାଜିକ ନେତ୍ରୀ ହେନା ବେଗ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମ କୁ ଅଧିକ ପ୍ରେରଣାଦାୟକ କରିଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧୃଢ଼ତା, ନେତୃତ୍ୱ ଓ ନାରୀ ସଶକ୍ତିକରଣର ଗୁରୁତ୍ୱ ବିଷୟରେ ପ୍ରେରଣା ଦେଇଥିଲା।ଏହି ଉତ୍ସବରେ ଅଞ୍ଚଳର କିଛି ପ୍ରମୁଖ ସମୁଦାୟ ନେତାମାନେ ମଧ୍ୟ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ସରସ୍ବତୀ ମାଝୀ , ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ; ସ୍ୱାଇଁ କୁଲେସିକା , ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷ; ପିଙ୍କି ହିମିରିକା , ଜିଲ୍ଲା ପରିଷଦ ସଦସ୍ୟ; ଏବଂ ଲୀଳାବତୀ ମାଣ୍ଡିଙ୍ଗା , ପୋଡାପଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଯୋଗଦାନ ଶିଳ୍ପ ଓ ସ୍ଥାନୀୟ ସମୁଦାୟ ମଧ୍ୟରେ ଭଲ ସହଯୋଗକୁ ପ୍ରତିବିମ୍ବିତ କରିଥିଲା ଏବଂ ମହିଳା ନେତୃତ୍ୱକୁ ମୂଳସ୍ତରରେ ପ୍ରୋତ୍ସାହନ ଦେବାର ଚେଷ୍ଟାକୁ ଉଲ୍ଲେଖ କରିଥିଲା।କାର୍ଯ୍ୟକ୍ରମ ସମୟରେ ଦୂତୀ ଚାନ୍ଦ , କଲ . ଶ୍ୱଇତା ପ୍ରଭାତୀ ଓ ହେନା ବେଗ ନିଜ ଜୀବନ ଯାତ୍ରା ବିଷୟରେ ପ୍ରେରଣାଦାୟକ ଅଭିଭାଷଣ ଦେଇଥିଲେ। ସେମାନେ ମହିଳାମାନଙ୍କୁ ନିଜ ଦକ୍ଷତାରେ ବିଶ୍ୱାସ ରଖିବା ଓ ଅସୁବିଧା ସତ୍ତ୍ୱେ ସଫଳତା ପାଇଁ ଲଗାତାର ପ୍ରୟାସ କରିବାକୁ ପ୍ରେରିତ କରିଥିଲେ।

ଏହା ସହିତ ଏକ ପ୍ରଶ୍ନ ଉତ୍ତର ସୂତ୍ର ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ କାରଖାନାର ମହିଳା କର୍ମଚାରୀ ଓ ପାଖପାଖି ଗ୍ରାମର ମହିଳାମାନେ ପ୍ୟାନେଲ ଅତିଥିମାନଙ୍କ ସହ ଖୋଲାମନରେ ଆଲୋଚନା କରିଥିଲେ। ଏହି ଆଲୋଚନା ମାଧ୍ୟମରେ ପ୍ରେରଣା, ଶିକ୍ଷା ଓ ଅନୁଭବ ବିନିମୟର ଏକ ଉତ୍ସାହଜନକ ପରିବେଶ ସୃଷ୍ଟି ହୋଇଥିଲା।ଉତ୍ସବର ଅଂଶ ଭାବେ ମହିଳା ଶିକ୍ଷୟିତ୍ରୀ, ମହିଳା ସୁରକ୍ଷା କର୍ମୀ ଓ ସ୍ଥାନୀୟ ସମୁଦାୟ ସଦସ୍ୟମାନଙ୍କ ଦ୍ୱାରା ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଓ ସମୁଦାୟ ସଂଗଠନ ମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ମହିଳାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ଏହି ଅବସରରେ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ ର ୟୁନିଟ୍ ହେଡ୍ ଓ ପ୍ରେସିଡେଣ୍ଟ ମଜ଼ହେର ବେଗ ତାଙ୍କ ବାର୍ତ୍ତାରେ ସମୂହ ଉନ୍ନତି ଓ ସମାବେଶୀ ଉନ୍ନତିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ “Give to Gain” ଥିମ୍ ର ଅର୍ଥ ହେଉଛି ଯେତେବେଳେ ବ୍ୟକ୍ତି ଓ ସଂଗଠନ ମହିଳାମାନେ ଓ ସମୁଦାୟଙ୍କୁ ସଶକ୍ତ କରିବା ପାଇଁ ଅବଦାନ ରଖନ୍ତି, ସମଗ୍ର ସମାଜ ଅଧିକ ଶକ୍ତିଶାଳୀ ହୁଏ।  କର୍ମଚାରୀ ଙ୍କ ଧର୍ମପତ୍ନୀ ମାନଙ୍କ , ସହଯୋଗୀ ଓ ସମୁଦାୟର ମହିଳାମାନଙ୍କ ଉତ୍ସାହଭରା ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ ଏବଂ ଲିଙ୍ଗ ସମାନତା, କୌଶଳ ଉନ୍ନତି ଓ ସମୁଦାୟ ସଶକ୍ତିକରଣ ପାଇଁ ରିଫାଇନେରୀର ଅବିରତ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ।କାର୍ୟକ୍ରମର ଶେଷରେ ଏହି ସନ୍ଦେଶ ଦିଆଯାଇଥିଲା ଯେ ମହିଳାମାନଙ୍କୁ ସଶକ୍ତି କରିଲେ ଶକ୍ତିଶାଳୀ ପରିବାର, ଶକ୍ତିଶାଳୀ ସମୁଦାୟ ଓ ଅଧିକ ସମାବେଶୀ ଭବିଷ୍ୟତ ଗଠନ ହୁଏ, ଯାହା ସତ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ଆତ୍ମାକୁ ପ୍ରତିଫଳିତ l

Leave a Reply

Your email address will not be published. Required fields are marked *