ଓଡିଶା ଗ୍ରସ୍ତରେ ହରିଦ୍ୱାର ପତଞ୍ଜଳି ମୁଖ୍ୟ ବାବା ଆଦିତ୍ୟ ଦେବ ଜୀ
– ଓଡିଶା ଗ୍ରସ୍ତରେ ଆସିଛନ୍ତି ହରିଦ୍ୱାରର ପତଞ୍ଜଳି ମୁଖ୍ୟ ବାବା ଆଦିତ୍ୟ ଦେବ ଜୀ। ଢେଙ୍କାନାଳ ଓ କାମାକ୍ଷାନଗର ପତଞ୍ଜଳି ଯୋଗ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋକଙ୍କୁ ସୁସ୍ଥ ଓ ନିରୋଗ ରହିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥଲେ।କାମାକ୍ଷାନଗର ବ୍ଲକ ମାଳପୁରା ଠାରୁ ଏକ ବିଶାଳ ରାଲିରେ ଆଦିତ୍ୟ ଦେବ ଜୀଙ୍କୁ ସ୍ୱାଗତ କରାଯାଇ ସହର ପରିକ୍ରମା କରାଯାଇଥିଲା। ପରେ କାମାକ୍ଷାନଗର ଅଡ଼ିଟୋରିୟମ ଠାରେ ବିଶାଳ ଯୋଗ ଶିବିରରେ ଯୋଗଦାନ କରିଥିଲେ। ଏବଂ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶରୀର ନିରୋଗ ଓ ସୁସ୍ଥ ପାଇଁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ। ତାଙ୍କ ସହିତ ସହଯୋଗୀ ସନାତନ ଜୀ ଏବଂ ଢେଙ୍କାନାଳ ଜିଲ୍ଲା ଯୋଗ ପ୍ରଭାରୀ ରବିନାରାୟଣ ସାହୁ ଉପସ୍ଥିତ ଥିଲେ । ତେବେ ଦେଶ ବ୍ୟାପି ବାବା ରାମଦେବଙ୍କ ନିର୍ଦ୍ଦେଶକ୍ରମେ ସମାଜକୁ ଏକ ସୁସ୍ଥ ସମାଜ ଗଢିବା ପାଇଁ ପତଞ୍ଜଳି ଯୋଗ ସମିତିର ଲକ୍ଷ ଥିବା ସେ ପ୍ରକାଶ କରିଥିଲେ।
