ବାତ୍ୟା ଦୃଷ୍ଟିରୁ ପ୍ରଶାସନ ସଜାଗ, କଳିଙ୍ଗିଆ ଘାଟି ରାସ୍ତା ସିଲ ।

କନ୍ଧମାଳ, ଫୁଲବାଣୀ ବାତ୍ୟା ମାନ୍ଥା କୁ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ସଜାଗ ରହିଁଛି ବୋଲି ଜିଲ୍ଲାପାଳ ବେଦ ଭୂଷଣ ପ୍ରକାଶ କରିଛନ୍ତି ଏକ ମାସ ତଳେ ବାଦଲ ଫଟା ବର୍ଷା ଯୋଗୁଁ କଳିଙ୍ଗିଆ ଘାଟି ରେ ଭୁସ୍ଖଳନ ହୋଇଥିଲା। ମରାମତି କାମ ଚାଲିଥିବା ବେଳେ ଦୁଇ ଦୁଇ ଥର ପ୍ରବଳ ବର୍ଷା ହେବାରୁ ବାରମ୍ବାର ଜାତୀୟ ରାଜପଥ କତୃପକ୍ଷ କାମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲା ପାଳ ଶ୍ରୀ ବେଦ ଭୂଷଣ ନିଜେ କାମ ତଦାରଖ କରୁଥିଲେ । କାମ ଚାଲିଥିବା ବେଳେ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଥିଲା, କାମ ଶେଷ ହେବାପରେ ଏକ ହାଇୱା କୁ ରାସ୍ତାରେ ଛଡା ଯାଇ ସ୍ଥିତି ପରୀକ୍ଷା କରାଯାଇଥିଲା, ତେବେ ଜାନ ବାହାନା ଚଳାଚଳ କରିବା ନିଷ୍ପତି ପୂର୍ବରୁ ବାତ୍ୟା ମୋନ୍ଥା ଆସିଗଲା ଫଳରେ ଜିଲ୍ଲା ପାଳ ଙ୍କ ନିର୍ଦେଶରେ ଘାଟି ରାସ୍ତା କୁ କଳିଙ୍ଗିଆ ଠାରେ ଶିଲଡ କରାଯାଇଛି । ପୋଲିସ ଚେକ ପୋଷ୍ଟ ରେ ମୁତ୍ତୟନ କରାଯାଇଛି । ପ୍ରବଳ ବର୍ଷା ହେଲେ ପୁନଃ ଘାଟି କ୍ଷତି ଗ୍ରସ୍ତ ହେବା ଆଶଙ୍କା କୁ ଏଡାଇ ଦିଆଯାଇ ନପାରେ ବୋଲି ସମାଜ ସେବୀ ଅମନ କୁମାର ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *