ନିର୍ବାଚନ କୁ ଦୃଷ୍ଟି ରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ନିର୍ବାଚନ କୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପ୍ରଶାସନିକ ସ୍ତର ରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଅବାଧ ଭାବେ ଆଗାମୀ ସାଧାରଣ ନିର୍ବାଚନ 2024 ପାଇଁ ଉମେରକୋଟ ଓ ଝରୀଗାଁ ନିର୍ବାଚନୀ ମଣ୍ଡଳୀ ରେ ପୋଲିସ ର ତତ୍ପରତା ଦେଖିବାକୁ ମିଳିଛି । ସମ୍ୱେଦନସିଳ ବୁଥ ଗୁଡ଼ିକ ରେ ଅବାଧ ଓ ନିରପେକ୍ଷ ଭାବେ ମତଦାନ ସାବ୍ୟସ୍ତ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ସହ ବେଆଇନ ମଦ ବିକ୍ରୀ ଭଳି ଅନ୍ୟ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ମାନ ସମ୍ପୂର୍ଣ ବନ୍ଦ ରଖିବା ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେବା ସୂଚନା ଦିଆ ଯାଇଛି । ଉମେରକୋଟ ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ପ୍ରକ୍ରିୟା ନେଇ ଏସ ଡି ପି ଓ ମଧୁଶିକ୍ତା ମିଶ୍ର ତଥା ବିଭାଗୀୟ ପୋଲିସ ଅଧିକାରୀ ଙ୍କ ସହ ସହର ଓ ସୀମାନ୍ତ ଅଞ୍ଚଳ ରେ ଘନଘନ ତଦାରଖ କରୁଥିବାର ପରିଲକ୍ଷିତ ହୋଇଛି । ଅସ୍ତ୍ର, ଶସ୍ତ୍ର ସହ ସଜ୍ଜିତ ପୋଲିସ କ୍ୟାଡେଟ ଟିମ୍ ସହ ମିଳିତ ସୀମାନ୍ତ ଅଞ୍ଚଳ ମାନଙ୍କରେ କଡା କଡ଼ି ଚେକିଂ ଦେଖିବାକୁ ମିଳିଛି! ନିର୍ବାଚନ କୁ ସୁରୁଖୁରୁରେ କରାଇବା ପାଇଁ ପଡୋଶୀ ରାଜ୍ୟ ଛାତତିଶଗଡ଼ ପୋଲିସ ଟିମ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୟ ରେ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର, ଉମେରକୋଟ ଥାନା ଅଧିକାରୀ ଡମ୍ବରୁ ଧର ପ୍ରଧାନ, ରାଇଘର iic ରଘୁନାଥ ମାଝୀ, କୁନ୍ଦେଇ iicପ୍ରଶାନ୍ତ ସେଠି ପ୍ରମୁଖ ଙ୍କ ସହ ଛାତତିଶଗଡ କୋଣ୍ଡାଗାଁ ଏସଡିପିଓ ରୁପେଶ କୁମାର, ମାକଡି iic ଅଖିଳେଶ ଧୀୱାର, ଅନନ୍ତପୁର iic

ପ୍ରମୁଖ ଙ୍କ ସହ ତଥ୍ୟ ଆଦାନ ପ୍ରଦାନ ଓ ସୀମାନ୍ତ ରେ କିପରି ଭାବେ ମଦ ଚୋରା ଚାଲାଣ, ଅନୈତିକ ଅର୍ଥ କାରବାର ଉପରେ ରୋକ ଲଗାଯିବା ସହ ମିଳିତ ସର୍ଚ୍ଚ ଅପେରସନ ଉପରେ ପୁଙ୍ଖାନୁ ଭାବେ ଆଲୋଚନା ହୋଇଥିଲା! ଅପର ପକ୍ଷେ ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଙ୍କ ଆଦେଶ କ୍ରମେ ସୀମାନ୍ତ ଅଞ୍ଚଳ ରେ 24 ଘଣ୍ଟା ଗାଡି ମୋଟର ଚେକିଂ ସହ ଚୋରା ମଦ କାରବାର, ଅନୈତିକ ଅର୍ଥ କାରବାର ତଥା ନକ୍ସଲ ଗତି ଵିଧି ଉପରେ କଡା ନଜର ରଖାଯିବା ସହ ଜୋର ଦାର ଚେକିଂ ଚାଲିଛି!ପଡୋଶୀ ରାଜ୍ୟ ରେ ସାଧାରଣ ନିର୍ବାଚନ ନ ଥିବାରୁ କୌଣସି ରାଜନୈତିକ ଦଳ ଯେପରି ରାଜ୍ୟରେ ଚାଲୁଥିବା ନିର୍ବାଚନ ଉପରେ କୌଣସି ଭାବେ ପ୍ରଭାବ ନ ପକାଇ ପାରନ୍ତି ଏଥି ପାଇଁ ପୋଲିସ ସଦା ସର୍ବଦା ପ୍ରସ୍ତୁତ ବୋଲି ପୋଲିସ ପକ୍ଷ ରୁ କୁହା ଯାଇଛି!

Leave a Reply

Your email address will not be published. Required fields are marked *