ପ୍ରଶାସନ ଏକାଦଶ ବିଜୟୀ
ପ୍ରଶାସନ ଏକାଦଶ ବିଜୟୀ
ପୁରୀ ୧୫/୮ ପୁରୀ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧିନତା ଦିବସ ଅବସରରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ରେ ପ୍ରଶାସନ ଏକାଦଶ ବିଜୟୀ ହୋଇଛି।ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ଏହି ମ୍ୟାଚ ରେ ଗଣମାଧ୍ୟମ ଏକାଦଶ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୯୨ ରନ କରିଥିଲା।ଏହାକୁ ପିଛା କରି ପ୍ରଶାସନ ଏକାଦଶ ବିନା କୌଣସି ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ରାକେଶ ରୋଶନ ୨୭ ବଲ ଖେଳି ୫୪ ରନ କରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ପ୍ରଶାନ୍ତ ପାତ୍ର ୨୬ ବଲ ରେ ୨୮ ରନ କରି ୩ଟି ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ଏବଂ କୀଟନ କୁମାର ଜେନା ଵେଷ୍ଟ ବୋଲର ହୋଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ଶ୍ରେଷ୍ଠ ବୋଲର, ବ୍ୟାଟର ଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ଙ୍କୁ ପୁରସ୍କୃତ କରିଥିଲେ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ,କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ୍ତ କୁମାର ମହାନ୍ତି, ଅକ୍ଷୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
