ଧରାକୋଟ ରେ ପୋଷ୍ୟ ସନ୍ତାନ ଓ ଶିଶୁ ଅଧିକାର ଉପରେ କର୍ମଶାଳା

ଧରାକୋଟ ରେ ପୋଷ୍ୟ ସନ୍ତାନ ଓ ଶିଶୁ ଅଧିକାର ଉପରେ କର୍ମଶାଳା
ଧରାକୋଟ ୦୫/୦୮/୨୫

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ ବ୍ଲକ ମଧ୍ୟରେ ପୋଷ୍ୟ ସନ୍ତାନ ଓ ଶିଶୁ ଅଧିକାର ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଧରାକୋଟ ସିଡିପିଓ ସୁନୀଲ ପ୍ରଭା ରଥ, ମେଡିକାଲ ଅଧିକାରୀ ଡାକ୍ତର ଶଙ୍କର ନାରାୟଣ ବେହେରା, ଜିଲ୍ଲା ର ପିଓଏନଆଇ ସି ସୁଶାନ୍ତ କୁମାର ସାହୁ, ଶିବ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି ବ୍ଲକ ର ଶିଶୁ ମାନଙ୍କ ଅଧିକାର ସୁ ନିଶ୍ଚିତ କରିବା, ଶିଶୁ ମାନଙ୍କ ବଂଚିବା ଅଧିକାର, ସୁରକ୍ଷା ଅଧିକାର,ବିକାଶ ଅଧିକାର, ସହାଭାଗିତା ଅଧିକାର ଉପରେ ଆଲୋଚନା କରିଥିଲେ l ସେହିଭଳି ଅନାଥ, ସମର୍ପଣ, ପରିତ୍ୟକ୍ତ ଶିଶୁ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ତାଙ୍କୁ ଆଇନ ଅନୁସାରେ ପୋଷ୍ୟ ମାତା ପିତା ଚୟନ କରି ଆଇନ ଅନୁସାରେ ଉକ୍ତ ଶିଶୁଙ୍କୁ ହସ୍ତାନ୍ତର କରାଯାଇଥାଏ l ଏହାର ନୀତିନିୟମ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁପରଭାଇଜର ରାଜଲକ୍ଷ୍ମୀ ମଣ୍ଡଳ, ସୁଶୀଳା ମଲ୍ଲିକ, ଲକ୍ଷ୍ମୀ ଦଳାଇ, ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *