ଆର୍.ଡି.ଏସ୍. ଡିଗ୍ରୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର ।
ଉଦଳା, କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍. ଡିଗ୍ରୀ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ “ସେମିକଣ୍ଡକ୍ଟର ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାଟେରିଆଲସ୍” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ତଥା ବିଷୟ ବିଶାରଦ ଭାବେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଅଶ୍ୱିନୀ ରଞ୍ଜନ ମିଶ୍ର ଯୋଗଦେଇ ଆଲୋଚନାର ବିଷୟବସ୍ତୁର ଆବଶ୍ୟକତା ଠାରୁ ଆରମ୍ଭ କରି ତାର ବିଭିନ୍ନ ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତଥ୍ୟ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ସୁଧାଂଶୁ ଶେଖର ଦାସମଙ୍ଗରାଜ ସଭାପତିତ୍ବ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ସସ୍ମିତା ସାହୁ ଆଲୋଚ୍ୟ ବିଷୟ ବସ୍ତୁ ଉପରେ ବିଷୟରେ ଆଲୋକପାତ କରିଥିବାବେଳେ ବିଭାଗୀୟ ଅଧ୍ୟାପକ ଜ୍ୟୋତିପ୍ରକାଶ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ବିଭାଗର ଡେମନଷ୍ଟେଟର ବିଜୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନା ଚକ୍ର ରେ ବିଭାଗର ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଜୁବଲି ଯୁବିତା ନାଏକ, ଲଲିତ ଭଞ୍ଜବାବୁ, ଶୁଭଲକ୍ଷ୍ମୀ ସିଂ, ହେମାମାଳିନୀ ସିଂ, ସତ୍ୟପ୍ରକାଶ ବେହେରା, ବିଶ୍ୱଜିତ୍ ଦାଶ ପ୍ରମୁଖ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ୍ ଛାତ୍ର ଛାତ୍ରୀ ଯୋଗଦେଇ ଆଲୋଚନା ଚକ୍ରକୁ ସଫଳ କରିଥିଲେ ।
