ରେଳବାଇ ପକ୍ଷରୁ ଯାତ୍ରୀ ଓ ଭକ୍ତଙ୍କ ପାଇଁ ବିବିଧ ସୁବିଧା ବ୍ୟବସ୍ଥା

ରେଳବାଇ ପକ୍ଷରୁ ଯାତ୍ରୀ ଓ ଭକ୍ତଙ୍କ ପାଇଁ ବିବିଧ ସୁବିଧା ବ୍ୟବସ୍ଥା।
ପୁରୀ ୬/୭ ଚଳିତ ରଥଯାତ୍ରା ରେ ରେଳବାଇ ପକ୍ଷରୁ ଯାତ୍ରୀ ଓ ଭକ୍ତମାନଙ୍କ ପାଇଁ ପୁରୀକୁ ଆସିବା ପାଇଁ ସୁଖଦ ଯାତ୍ରାର ବ୍ଯବସ୍ତା, ରହିବା ସୁବିଧା ଓ ପାଇଁ ଅନେକ ବ୍ୟବସ୍ଥା ଶ୍ରୀ ପରେମେଶ୍ଵର ଫୁନକୟାଲ, ଜେନରେଲ ମ୍ଯାନେଜର, ଇଷ୍ଟକୋଷ୍ଟ ରେଲୱେଙ୍କ ଓ ଶ୍ରୀ ଏଚ. ଏସ. ବାଜୁୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରହଣ କରାଯାଇଛି। ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସମସ୍ତେ ବ୍ୟାକୁଳ ଥାଆନ୍ତି। ତାହାକୁ ଏକ ସେବା ଭାବେ ଗ୍ରହଣ କରି ରେଳବାଇ ପକ୍ଷରୁ ପରିବହନ ଯାତ୍ରୀ ସେବା ରେଳ ଦ୍ବାରା କରାଯାଇଛି। ୩୬୫ଟି ରୁ ଉର୍ଦ୍ଧ୍ବ ଟ୍ରେନରେ ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୧ ଲକ୍ଷ ୬୦ ରୁ ୧ ଲକ୍ଷ ୮୦ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇଛି।ସେମାନଙ୍କ ରହଣୀ ପାଇଁ ୬ଟି ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା, ୪ଟି ହେଲ୍ଥ କ୍ଯାମ୍ପ, ୩ ଟି ଏମ୍ବୁଲେନ୍ସ,, ମାଗଣା ଖାଦ୍ଯ, ୧୦୬ଟି ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ, ଟ୍ରେନ ମୁଭମେଣ୍ଟ କଣ୍ଟ୍ରୋଲ ରୁମ ଓ ୩୪ଟିକେଟ କାଉଁଟର,ଅଟୋମେଟିକ ଭେଣ୍ଡିଂ ମେସିନ ବ୍ୟବସ୍ଥା ଇତ୍ୟାଦି ସୁନିଶ୍ଚିତ କରାଯାଇଛି ବୋଲି ADRM ଶ୍ରୀ ପ୍ରଦୀପ କୁମାର ବେହେରା ସେ ସୂଚନା ଦେଇଥିଲେ ।

ସେହିପରି ଯାତ୍ରୀଙ୍କ ସୁରକ୍ଷା ଓ ସହାୟତା ଦୃଷ୍ଟିରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରେଳବାଇ ଅରୁଣ ବୋଥ୍ରା ଓ ଆର.ପି.ଏଫ. ଆଇ.ଜି. ଶ୍ରୀ ଆଲୋକ ଭୋରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବ୍ଯବସ୍ତା କରାଯାଇଛି । ରେଲବାଇ ଏସ ପି ବିବେକାନନ୍ଦଶର୍ମା ବିସ୍ତୃତ ସୂଚନା ଦେଇ ଯାତ୍ରୀ ମାନଙ୍କ ସୁବିଧା ସହ ସୁରକ୍ଷା କୁ ଆମେ ଗୁରୁତ୍ୱ ଦେଇଛୁ ବୋଲି କହିଥିଲେ। ଚଳିତ ରଥଯାତ୍ରା ସମୟରେ ପ୍ରାୟ ୨୦ ଲକ୍ଷ ଶ୍ରଦ୍ଧାଳୁ ରେଳ ଦ୍ବାରା ଆସିବା ଓ ଫେରିବାର ଲକ୍ଷ୍ୟ ରଖାଯାଇ ସୁରକ୍ଷା ଦୃଷ୍ଟିରୁ ୨୧୧ଟି କ୍ୟାମେରା,୬ଟି ଡ୍ରୋନ କ୍ୟାମେରା, , ଲଗେଜ ସ୍କାନର ସିଷ୍ଟମ, ଫାଷ୍ଟ ଆଡ ଟିମ, , ସିସିଟିଭି କଣ୍ଟ୍ରୋଲ ରୁମ, ହୁଇଲ ଚେୟାର, ମେଁ ଆଇ ହେଲ୍ପ ୟୁ ଡେସ୍କ, , ହୋଲ୍ଡିଂ ଏରିଆ, ଜିଗ ଜାଗ ବାରିକାଟିଙ୍ଗ ସୁବିଧା ଓ ଗ୍ରିନ କରିଡର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଚୋରି, ଛିନତାଇ, ପକେଟମାର ମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି , ବର୍ତମାନ ସୁଧା ଯାତ୍ରୀମାନଙ୍କର ୫୫ ଗୋଟି ମୋବାଇଲ, ସେମଙ୍କର ବ୍ଯାଗ ଆସାମୀ ଙ୍କ ଠାରୁ ଉଦ୍ଧାର କରାଯାଇ ଯାତ୍ରୀ ମାନଙ୍କୁ ଫେରାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ। ଯାତ୍ରୀମାନେ ମଧ୍ୟ ନିଜ ଅନୁଭବ ରୁ ଚଳିତ ବର୍ଷ ରେଳବାଇ ର ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ମାନର ଓ ସୁରକ୍ଷିତ ବୋଲି ମତ ଦେବା ସହ ଆଗାମୀ ଦିନରେ ଏହାକୁ ଅଧିକ ପରିବ୍ୟାପ୍ତ ପାଇଁ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସିନିୟର ଡ଼ିଏସସି ମିଥୁନ ସୋନି, ଏସଡ଼ିପିଓ ଆଦିତ୍ଯ କୁମାର ସେଠୀ, ଆଇଆଇସି ସନ୍ତୋଷ କୁମାର ବାହିନୀପତି ଓ ଆରପିଏଫ ଆଇଆଇସି ହରିଦର୍ଶନ ଶର୍ମା ମିଶି ପ୍ରତେକ ସୁରକ୍ଷ୍ୟା କାର୍ଯ୍ୟ ପରିଚାଳନା ରେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *