ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ

ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ସକାଳ ୭.୩୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଚାଲିଥିଲା। ମୋଟ ୩୭୩ ଜଣ ଭୋଟରଙ୍କ ଭୋଟରଙ୍କ ମଧ୍ୟରୁ ୩୪୨ ଜଣ ଓକିଲ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ବରିଷ୍ଠ ଆଇନଜୀବୀ ସୁବାସ ଭୂଷଣ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରସନ୍ନ କୁମାର ମହାନ୍ତି ସମ୍ପାଦକ ଭାବରେ ବିଜୟ ଲାଭ କରିଛନ୍ତି ।ସେହିପରି ଉପସଭାପତି ଭାବେ ସରୋଜ କୁମାର ବିଶ୍ବାଳ, ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ଅଲେଖ ଚରଣ ବାରିକ ବିଜୟ ଲାଭ କରିଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇ ଥିବା ବେଳେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ।ତେବେ ବିଜୟୀ ପ୍ରାର୍ଥୀ ମାନେ ଆଗାମୀ ଦିନରେ ଓକିଲ ଭାଇ ଭଉଣୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗ୍ରୁରୁତ୍ୱ ଦେବେ ବୋଲି କହିଛନ୍ତି । ଚଳିତ ବର୍ଷ ନିର୍ବାଚନ ରେ ଭୋଟର ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *